ଘଷିପୁରା ଥାନା ବରିପାଳ ପଞ୍ଚାୟତ ଚମ୍ପେଇଡାହି ଗାଁ ନିକଟ ଜଙ୍ଗଲରୁ ଜଣେ ମହିଳାଙ୍କ ଦରପୋଡା ମୃତଦେହ ଉଦ୍ଧାର  ହୋଇଛି । ମୃତ ମହିଳା ଜଣଙ୍କ ପରିଚୟ ମିଳିପାରି ନାହିଁ ।  କେହି ହତ୍ଯାକରି ପୋଡି ମାରିଦେଇଥିବା ସନ୍ଦେହ ହୋଇଛି ।  ଆଜି ସକାଳୁ ଜଙ୍ଗଲକୁ ଯାଇଥିବା କିଛି ଲୋକ ମୃତଦେହ ଦେଖି ପ୍ରଥମେ ସରପଞ୍ଚ ଙ୍କୁ ଜଣାଇଥିଲେ ।  ସରପଞ୍ଚ ସେଠାର ପହଁଞ୍ଚି ଘଟଣା ସମ୍ପର୍କରେ ବୁଝିବାପରେ ଘଷିପୁରା ପୋଲିସ୍  କୁ ଖବର ଦେଇଛି।  ଆନନ୍ଦପୁର ଏସଡିପିଓଙ୍କ ନେତୃତ୍ବରେ ଘଷି

ପୁରା ପୋଲିସ୍  ସେଠାରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି ।  ମୃତଦେହଟିରୁ ଦୃର୍ଗନ୍ଧ ବାହାରିବା ଓ ପୋକ ହୋଇଯାଇଥିବାରୁ ପ୍ରାୟ ଦୁଇ  ତିନିଦିନ ତଳେ କେହି ଏଭଳି କାଣ୍ଡ ଘଟାଇଥିବା ଅନୁମାନ କରାଯାଉଛି । ତେବେ ମହିଳା ଜଣଙ୍କ କିଏ ଓ କେଉଁ କାରଣରୁ ତାଙ୍କର ଏଭଳି ପରିସ୍ଥିତି ହେଲା ତାହା ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ । ଘସିପୁରା ପୋଲିସ୍ ନିକଟସ୍ଥ ସମସ୍ତ ଥାନାକୁ ଫଟୋ ପଠାଇ ମୃତା ମହିଳା ସମ୍ପର୍କରେ  ଜାଣିବାକୁ ଚେଷ୍ଟା ଚଳାଇଛି। ଏନେଇ କାହାର ପ୍ରତିକ୍ରିୟା ମିଳିପାରିନାହିଁ।

0 Comments