ପାଟଣା ( ବିଜୟ ମହାନ୍ତ)କେନ୍ଦୁଝର ଜିଲ୍ଲା ପାଟଣା ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଏରେଣ୍ଡୋଇ ଧାନମଣ୍ଡୀ, ପାଟଣା ଧାନମଣ୍ଡୀ, ବାଉଁଶୁଳି ଧାନମଣ୍ଡୀ, ଚେମେଣା ଧାନମଣ୍ଡୀ ଓ ଜମୁନାପସି ଧାନମଣ୍ଡୀ କୁ ଆଜି ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ପରିଦର୍ଶନ କରିବା ସହିତ ଚାଷୀ ମାନଙ୍କ ସହିତ ଆଲୋଚନା କରିଛନ୍ତି। ଧାନମଣ୍ଡୀ ପରିଦର୍ଶନ ସମୟ ରେ ଧାନ କୁଇଣ୍ଟାଲ ପ୍ରତି ୩୧୦୦ ଟଙ୍କା କରିଥିବାରୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝି ଙ୍କୁ ଉପସ୍ଥିତ ଚାଷୀ ମାନେ ଧନ୍ୟବାଦ ଜଣାଇବା ସହିତ କୃତଜ୍ଞତା ଜଣାଇଥିଲେ। ମୋହନ ଚରଣ ମାଝି ସରକାର ଓଡ଼ିଶା ରେ ଧାନ କିଣା କାରବାର ସୂଛତା ଓ ଶୃଙ୍ଖଳିତ ଭାବେ କରିବା ପାଇଁ ବ୍ୟାପକ ବ୍ୟବସ୍ଥା କରିଛନ୍ତି। ଯୋଉ ମାନେ ଧାନ କିଣା କାରବାରରେ ବିଶୃଙ୍ଖଳା ଓ ଅସାଧୁ ଉପାୟ ଅବଲମ୍ବନ କରିବେ ସେମାନଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତ ମୂଳକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ରାଜ୍ୟ ସଭାପତି ଶ୍ରୀ ମହେଶ୍ଵର ସାହୁ ଚେତାବନୀ ଦେଇଛନ୍ତି। ଯେଉଁ ଠାରେ ଧାନ କିଣା କାରବାରରେ ଅଭିଯୋଗ ଆସୁଛି ରାଜ୍

ସରକାର ତୁରନ୍ତ ପଦକ୍ଷେପ ଗ୍ରହଣ କରୁଛନ୍ତି। ଗଞ୍ଜାମ ଜିଲ୍ଲାରେ ମିଲର ମାନଙ୍କର ମନମାନି ଯୋଗୁ ୧୧ ଜଣ ମିଲ ମାଲିକ ମାନଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି ବୋଲି ସଭାପତି ଶ୍ରୀ ମହେଶ୍ଵର ସାହୁ ସାହୁ କହିଛନ୍ତି। ଏହି କାର୍ଯ୍ୟକ୍ରମରେ ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ କାର୍ଯ୍ୟାକାରିଣୀ ସଦସ୍ୟ ଶ୍ରୀଧର ସାହୁ, ପ୍ରାଣବନ୍ଧୁ ସାହୁ, ଦିଲ୍ଲୀପ କୁମାର ନାୟକ, କୃଷ୍ଣ ମହାନ୍ତ, ରମେଶ ଚନ୍ଦ୍ର ମହାନ୍ତ, ଶଶିଭୂଷଣ ମହାନ୍ତ, ବ୍ରଜବନ୍ଧୁ ସେଠୀ, ପ୍ରକାଶ କୁମାର ସେଠୀ, ଯୁଧିଷ୍ଠିର ମହାନ୍ତ, କେଶବ ଚନ୍ଦ୍ର ବାରିକ, ଖଗେଶ୍ବର ମହାନ୍ତ, ପ୍ରଫୁଲ କୁମାର ମହାନ୍ତ, ଯତିନ୍ଦ୍ର କୁମାର ଦାଶ, ହରିଶ୍ଚନ୍ଦ୍ର ମହାନ୍ତ, ଶରତ ଚନ୍ଦ୍ର ମହାନ୍ତ, ଦୟାନିଧି ମହାନ୍ତ, ପ୍ରମୋଦ କୁମାର ବାରିକ, ବ୍ରଜ୍ ସେଠୀ,ବ୍ରଜବନ୍ଧୁ ସାହୁ, ସନ୍ଦିପନୀ ସାହୁ, ଲକ୍ଷ୍ମୀଧର ପତି, ସୁଦାମ ଚରଣ ସାହୁ, ନାରାୟଣ ମହାରଣା, ସହଦେବ ସାହୁ, ଶ୍ରୀମତୀ ସୋମବାରୀ ମୁଣ୍ଡା, ଶ୍ରୀମତୀ ସୁଚିତ୍ରା ମହାନ୍ତ ପ୍ରମୁଖ ଙ୍କ ସମେତ ଶତାଧିକ ଚାଷୀ ଓ କାର୍ଯ୍ୟକର୍ତ୍ତା ସାମିଲ ହୋଇଥିଲେ।

0 Comments