Latest Odisha News

ବେକାର ପଡିଥିବା ଟୁଥ୍‌ବ୍ରଶ୍‌ର ପୁନଃ ବ୍ୟବହାର

ଭୁବନେଶ୍ବର:  ଆମେମାନେ ଯେଉଁ ଟୁଥ୍‌ବ୍ରଶ୍ ନିତିଦିନ ବ୍ୟବହାର କରୁ ତାହା ପୁରୁଣା ହେଇଗଲେ ଡଷ୍ଟବିନ୍‌ରେ ଫୋପିଡି ଦେଇଥାଉ । କେବେ ଭାବିଛନ୍ତ କିି ଏହି ପୁରୁଣା ବେକାର ଟୁଥ୍‌ବ୍ରଶ୍‌କୁ ପୁନଃ ବ୍ୟବହାର ଯୋଗ୍ୟ କରି ପାରିବେ ? ହଁ ଆଜ୍ଞା ଏହି ବେକାର ଟୁଥ୍‌ବ୍ରଶ୍‌କୁ ଆପଣ ବିଭିନ୍ନ କାମରେ ବ୍ୟବହାକ କରି ପାରିବେ । ତେବେ ଆସନ୍ତୁ ଜାଣିବା କେଉଁ ଭଳି ଭାବେ ଏହାକୁ ବ୍ୟବହାରଯୋଗ୍ୟ କରି ପାରିବେ ।

୧.କେଶକୁ ହାଇ-ଲାଇଟ୍ କରିବା ଆଜିର ଫ୍ୟାସନ ପାଲଟି ଯାଇଛି । ତେବେ ଆପଣ ପାଖରେ ଥିବା ପୁରୁଣା ଟୁଥ୍‌ବ୍ରଶ୍‌ର ସାହାଯ୍ୟରେ ନିଜ କେଶକୁ ରଙ୍ଗେଇ ପାରିବେ । ନିଜର କେଶର ଯେଉଁ ଭାଗକୁ ହାଇ-ଲାଇଟ୍ କରିବାକୁ ଚାହୁଁଛନ୍ତି ସେଇ ଭାଗକୁ ଲମ୍ବା ଭାବେ ହାଲ୍‌କା ହାତରେ ଧରି ରଖନ୍ତୁ । ବ୍ରଶ୍‌କୁ କେଶ କଲର୍‌କୁ ଡୁବେଇ କେଶରେ ଉପର ଅଂଶରୁ ତଳ ଆଡକୁ ବ୍ରଶ୍ ସାହାଯ୍ୟରେ ରଙ୍ଗ କରନ୍ତୁ । ଫଳରେ ନିଜ ଘରେ କେଶକୁ ହାଇ-ଲାଇଟ୍ କରି ପାରିବେ । ଏଥିପାଇଁ ବିୟୁଟି ପାର୍ଲର ଯାଇ ପଇସା ଖର୍ଚ୍ଚ କରିବାକୁ ପଡିବ ନାହିଁ ଓ ସମୟ ମଧ୍ୟ ବଞ୍ଚି ଯିବ ।

୨.ଲମ୍ବା ନଖରେ ମଇଳା ଜମିବା ସ୍ୱାଭିବକ କଥା । ଆପଣଙ୍କ ପାଖରେ ଥିବା ପୁରୁଣା ବ୍ରଶ୍ ଦ୍ୱାରା ପ୍ରତିଦିନ ଗଧୋଇବା ବେଳେ ନଖ ସଫା କରି ପାରିବେ । ଟୁଥ୍‌ବ୍ରଶ୍‌ର ବ୍ରଶ୍ ଗୁଡିକ ନରମ ଓ ପତଳା ହୋଇଥିବାରୁ ନଖ ଭିତରୁ କୋଣ କୋଣରୁ ସହଜରେ ମଇଳା ସଫା କରି ହୁଏ ।

୩.ଆମେ ପିନ୍ଧୁଥିବା ଗହଣାକୁ ସଫା କରିବା ପାଇଁ ସବୁବେଳେ ଦୋକାନକୁ ନେବା ସମ୍ଭବପର ହୋଇନଥାଏ । ତେବେ ଘରେ ଟୁଥ୍‌ବ୍ରଶ୍ ସାହାଯ୍ୟରେ ସେହି ଗହଣା ମାନଙ୍କୁ ସଫା କରି ପାରିବା । ତେବେ ପ୍ରଥମେ ମଇଳା ହୋଇଥିବା ଗହଣାକୁ କିଛି ସମୟ ପାଇଁ ଉଷୁମ ପାଣିରେ ବୁଡେଇ ରଖନ୍ତୁ । ତାପରେ ଟୁଥ୍‌ବ୍ରଶ୍ ଦ୍ୱାରା ଆରାମରେ ସଫା କରନ୍ତୁ । ଦେଖିବେ ନୂଆ ଗହଣା ପରି ଚମକି ଉଠିବ ।

୪. ପୁରୁଣା ଟୁଥ୍‌ବ୍ରଶ୍‌ରେ କିଛି କ୍ୟାସ୍ଟର୍ ଅଏଲ୍ କୁ ନେଇ ଆଇବ୍ରୋଜ୍ ଉପରେ ଆରାମରେ ଲଗାନ୍ତୁ । ଫଳରେ ଯେଉଁ ମାନଙ୍କ ଆଇବ୍ରୋଜ୍ ଘନ ନୁହେଁ ଦେଖିବେ କିଛି ମାସରେ ଘନତ୍ୱ ବଢିଯିବ ।

୫. ସେହିପରି ପୁରୁଣା ଟୁଥ୍‌ବ୍ରଶ୍‌ରେ ଜୋତା ସଫା କରି ପାରିବେ ।

Comments are closed.