Jump to content

ଉମେଶ ଚନ୍ଦ୍ର ପାଣିଗ୍ରାହୀ

ଉଇକିପିଡ଼ିଆ‌ରୁ
୧୦:୫୯, ୩୦ ଡିସେମ୍ବର ୨୦୨୪ ବେଳେ Jnanabot (ଆଲୋଚନା | ଅବଦାନ) (Fix joint words) ଙ୍କ ଦେଇ ହୋଇଥିବା ସଂସ୍କରଣ
(ଅଦଳ ବଦଳ) ← ପୁରୁଣା ସଂସ୍କରଣ | ନଗଦ ସଂସ୍କରଣ (ଅଦଳ ବଦଳ) | ନୂଆ ସଂସ୍କରଣ → (ଅଦଳ ବଦଳ)
ଉମେଶ ଚନ୍ଦ୍ର ପାଣିଗ୍ରାହୀ
ବୃତ୍ତିଲେଖକ Edit this on Wikidata
କାର୍ଯ୍ୟଆଜିର ଆମେରିକା Edit this on Wikidata

ଉମେଶ ଚନ୍ଦ୍ର ପାଣିଗ୍ରାହୀ (୨୮ ମାର୍ଚ୍ଚ ୧୯୧୭ - ୨୪ ଅଗଷ୍ଟ ୧୯୯୯) ଜଣେ ଓଡ଼ିଆ ଭାଷୀ ଲେଖକ ଓ ସ୍ୱାଧିନତା ସଂଗ୍ରାମୀ ଥିଲେ । ଇଂରାଜୀ, ହିନ୍ଦୀ, ଓଡ଼ିଆ, ଅସମୀୟା, ବଙ୍ଗଳା ଭାଷାରେ ତାଙ୍କର ପ୍ରାୟ ୩୦ଖଣ୍ଡ ପୁସ୍ତକ ପ୍ରକାଶ ପାଇଥିଲା । ତାଙ୍କ ରଚିତ ଆଦିବାସୀ ସଂସ୍କୃତିଭିତ୍ତିକ 'ପଥପ୍ରାନ୍ତେ' ଓ 'ଯାତ୍ରୀ' ଦୁଇଟି ଉଲ୍ଲେଖନୀୟ ପୁସ୍ତକ ।[]

ସଂକ୍ଷିପ୍ତ ଜୀବନୀ

[ସମ୍ପାଦନା]

ଉମେଶ ଚନ୍ଦ୍ର ମୟୂରଭଞ୍ଜ ଜିଲ୍ଲାର ରରୁଆଁଠାରେ ଜନ୍ମଗ୍ରହଣ କରିଥିଲେ । ସେ ଥିଲେ ଜଣେ ବହୁ ଭାଷାବିତ୍, କଳାକାର, ସାହିତ୍ୟିକ, ଅନୁବାଦକ, ଭ୍ରମଣକାହାଣୀ ଲେଖକ ଓ ସ୍ୱାଧିନତା ସଂଗ୍ରାମୀ । "ବେଦୁଇନ୍" ଛଦ୍ମ ନାମରେ ସେ ଲେଖୁଥିଲେ । ୧୯୫୦ ମସିହା ପର୍ଯ୍ୟନ୍ତ ସେ ସମାଜ ପୃଷ୍ଠାରେ ଲେଖୁଥିଲେ । ଦୀର୍ଘକାଳ ଧରି ପୁରୀରେ ଅବସ୍ଥାନ କରୁଥିଲେ । ବୌଦ୍ଧଧର୍ମରେ ଦୀକ୍ଷିତ ହେବା ପରେ ସେ ଆଚାର୍ଯ୍ୟ ଶାନ୍ତିଭଦ୍ର ନାମରେ ପରିଚିତ ହେଲେ । ବହୁ ଦେଶ ଭ୍ରମଣ କରିଥିଲେ । ତାଙ୍କ କନ୍ୟା ସୁଜାତା ପ୍ରିୟମ୍ବଦା ଜଣେ ବିଶିଷ୍ଟ ଲେଖିକା ।[]

ରଚନାବଳୀ

[ସମ୍ପାଦନା]

ଭ୍ରମଣ କାହାଣୀ

[ସମ୍ପାଦନା]
  • ପଥପ୍ରାନ୍ତେ (୧୯୪୫)
  • ଯାତ୍ରୀ (୧୯୫୦)
  • ଅମର ଯାତ୍ରୀ
  • ସିରିଆ ପଥେ (୧୯୫୦)
  • ଇରାକ ଯାତ୍ରୀ[]
  • ପ୍ରାଚ୍ୟ ଓ ପ୍ରତିଚୀ (୧୯୫୪)
  • ଭାରତ ଯାତ୍ରୀ
  • କେତେ ଜନପଦ, କେତେ ଜୀବନ (୧୯୭୪, ୧ମ ଖଣ୍ଡ)

ଅନୁବାଦ

[ସମ୍ପାଦନା]
  • ରାମନାଥ ବିଶ୍ୱାସ, ବେଦୁଇନର ଦେଶ (୧୯୪୬, ବଙ୍ଗଳାରୁ ଅନୂଦିତ)
  • ପ୍ରଶାନ୍ତ ମହାସାଗରରେ ଅଶାନ୍ତି (୧୯୫୦)
  • ରାମନାଥ ବିଶ୍ୱାସ, ଆଜିର ଅମେରିକା (୧୯୫୦)
  • ତରୁଣ ତୁର୍କୀ (୧୯୪୭)
  • ସେଦିନର ଚୀନ (୧୯୫୦)
  • ଅଭିଶପ୍ତ (୧୯୪୪)
  • ଶାଳବନ ଡାକେ (୧୯୬୦)
  • ଗତବସନ୍ତ (୧୯୫୨)
  • ନବଜାତକ (୧୯୫୬)
  • ଡାକପିଅନ
  • ଆଶ୍ରମିକା (୧୯୫୭)
  • ଭୁଲି ନାହିଁ
  • ଯୀଶୁ
  • ଅମର ଜ୍ୟୋତି

ପୁରସ୍କାର

[ସମ୍ପାଦନା]
  1. ମହାପାତ୍ର, ରାଜକିଶୋର (୨୦୨୨). ମୟୂରଭଞ୍ଜିଆ ଲେଖକ ପରିଚୟ. ଝାଞ୍ଜିରିମଙ୍ଗଳା, କଟକ: ସାଇଯମୁନା ପବ୍ଲିକେଶନ. pp. ୨୩.
  2. ମହାନ୍ତି, ନଗେନ୍ଦ୍ର ନାଥ (୨୦୦୫). ଓଡ଼ିଆ ଚରିତ କୋଷ. ନୂଆଦିଲ୍ଲୀ: ପ୍ରତିମା ନାଥ ଟ୍ରଷ୍ଟ. pp. ୧୨୬. ISBN 81-903352-1-9.
  3. ମହାରଣା, ସୁରେନ୍ଦ୍ର କୁମାର (୨୦୧୫). ଓଡ଼ିଆ ସାହିତ୍ୟର ଇତିହାସ (3rd ed.). କଟକ: ଓଡ଼ିଶା ବୁକ୍ ଷ୍ଟୋର. pp. ୮୬୬. ISBN 81-7400-331-2.