ଆଲମୋଡ଼ା
ଆଲମୋଡ଼ା
अल्मोड़ा | |
---|---|
ଶୈଳନିବାଶ | |
Nickname: ସାଂସ୍କୃତିକ ନଗର | |
Coordinates: 29°35′50″N 79°39′33″E / 29.5971°N 79.6591°E | |
ଦେଶ | ଭାରତ |
ରାଜ୍ୟ | ଉତ୍ତରାଖଣ୍ଡ |
ଅଞ୍ଛଳ | କୁମାୟୁନ |
ଜିଲ୍ଲା | ଆଲମୋଡ଼ା |
ସ୍ଥାପିତ | 1568 |
Founded by | ରାଜା କଲ୍ୟାଣ ଚାନ୍ଦ |
Government | |
• Type | ମେୟର-କାଉନସିଲ |
• ମେୟର | Prakash Joshi[୧] |
Elevation | 1,642 m (5,387 ft) |
Population (2011)[୨] | |
• Total | ୩୫,୫୧୩ |
• Rank | 14th (in Uttarakhand) |
ଭାଷା | |
• ସରକାରୀ | ହିନ୍ଦୀ ସଂସ୍କୃତ |
• କଥିତ ଭାଷା | କୁମାୟୁନୀ |
Time zone | UTC+5:30 (IST) |
PIN | 263601 |
ଟେଲିଫୋନ କୋଡ଼ | 91-5962 |
ଯାନବାହାନ ପଞ୍ଚୀକରଣ | UK-01 |
ଲିଙ୍ଗ ଅନୁପାତ | 1142 ♂/♀ |
ଜଳବାୟୁ | Alpine (BSh) and Humid subtropical(Cwb) (Köppen) |
ହାରାହାରି ବାର୍ଷିକ ତାପମାତ୍ରା | −3 to 28 °C (27 to 82 °F) |
ହାରାହାରି ଗ୍ରୀଷ୍ମକାଳୀନ ତାପମାତ୍ରା | 12 to 28 °C (54 to 82 °F) |
ହାରାହାରି ଶୀତକାଳୀନ ତାପମାତ୍ରା | −3 to 15 °C (27 to 59 °F) |
Website | almora |
ଆଲମୋଡ଼ା ଉତ୍ତରାଖଣ୍ଡ ରାଜ୍ୟର ଆଲମୋଡ଼ା ଜିଲ୍ଲାର ଏକ ସହର । ଏହା ଆଲମୋଡ଼ା ଜିଲ୍ଲାର ସଦରମହକୁମା ଅଟେ । [୩] ଏଠାରେ ଏକ ସୈନ୍ୟ ଛାଉଣୀ ମଧ୍ୟ ରହିଛି । ଏହି ସହରଟି ହିମାଳୟର କୁମାୟୁନ ପର୍ବତମାଳାର ଦକ୍ଷିଣ ଅଂଶରେ ଅବସ୍ଥିତ । ଏହା ଦିଲ୍ଲୀରୁ ୩୬୫ କି.ମି. ଦୂରରେ ଏବଂ ଉତ୍ତରାଖଣ୍ଡର ରାଜଧାନୀ ଡେରାଡ଼ୁନଠାରୁ ୪୧୫ କି.ମି. ଦୂରରେ ଅବସ୍ଥିତ । ୨୦୧୧ ଜନଗଣନା ଅନୁଜାୟୀ ଏହି ସହରର ଲୋକସଂଖ୍ୟା ୩୫,୫୧୩ ଅଟେ ।
ଆଲମୋଡ଼ା ଖ୍ରୀ ଅ ୧୫୬୮ରେ [୪] ରାଜା କଲ୍ୟାଣ ଚାନ୍ଦଙ୍କଦ୍ୱାରା ପ୍ରତିଷ୍ଠିତ ହୋଇଥିଲା ।[୫][୬][୭] ମାତ୍ର ମହାଭାରତରେ ମଧ୍ୟ ଏହି ଅଞ୍ଚଳ ସମ୍ପର୍କରେ ବିବରଣୀ ମିଳିଥାଏ । [୮] ଏହି ସହର କୁମାୟୁନର ଶାସକ ଚାନ୍ଦ ବଂଶୀୟ ରାଜାମାନଙ୍କର ମୁଖ୍ୟ ସ୍ଥାନ ଥିଲା । ଏହା କୁମାୟୁନର ପ୍ରଧାନ ସାଂସ୍କୃତିକ କେନ୍ଦ୍ର ରୂପେ ପରିଚିତ ।
ଇତିହାସ
[ସମ୍ପାଦନା]ଆଲମୋଡାର ସ୍ଥାପନା ୧୫୬୮[୯] ମସିହାରେ ଚାନ୍ଦ ବଂଶୀୟ ରାଜା କଲ୍ୟାଣ ଚାନ୍ଦଙ୍କଦ୍ୱାରା ହୋଇଥିଲା[୧୦] । ଚାନ୍ଦ ବଂଶର ପୂର୍ବତନ ରାଜଧାନୀ ଚମ୍ପାୱତରେ ଥିଲା ।
୧୫୬୩ ମସିହାରୁ ୧୭୯୦ ମସିହା ପର୍ଯ୍ୟନ୍ତ ଆଲମୋଡ଼ା ଧର୍ମୀୟ ଓ ଐତିହାସିକ କ୍ଷେତ୍ରରେ ଅନେକ ପ୍ରକାରରେ ଅଗ୍ରଗଣ୍ୟ ରହିଥିଲା । ଏହି ସମୟ ମଧ୍ୟରେ ଅନେକ ଗୁରୁତ୍ୱପୂର୍ଣ୍ଣ ଐତିହାସିକ ଘଟଣା ମଧ୍ୟ ଘଟିଥିଲା । ୧୭ଶ ଶତାବ୍ଦୀ ଶେଷ ଆଡ଼କୁ ଚାନ୍ଦ ବଂଶୀୟ ରାଜାମାନେ ଗଡ଼ୱ।ଲ ରାଜ୍ୟ ଆକ୍ରମଣ କଲେ । ଗଡ଼ୱ।ଲ ବିଜୟର ସ୍ମାରକୀ ସ୍ୱରୂପ ୧୬୮୮ ମସିହାରେ ଆଲମୋଡରେ ଅନେକ ମନ୍ଦିର ନିର୍ମାଣ କରାଇଥିଲେ, ଯାହା ମଧ୍ୟରେ ପ୍ରସିଦ୍ଧ ତ୍ରିପୁର ସୁନ୍ଦରୀ, ଉଦ୍ୟୋତଶ୍ୱର ଓ ପର୍ବତେଶ୍ୱର ମନ୍ଦିର ଅନ୍ୟତମ । ସାହିତ୍ୟ ତଥା ସଂସ୍କୃତି କ୍ଷେତ୍ରରେ ଆଲମୋଡା ସମଗ୍ର କୁମାୟୁନ ଅଞ୍ଚଳର ପ୍ରତିନିଧିତ୍ୱ କରି ଆସିଛି ।
୧୭୯୦ ମସିହାରେ ଗୋର୍ଖାମାନେ କୁମାୟୁନ ଆକ୍ରମଣ କଲେ ଏବଂ ଏହି ଅଞ୍ଚଳରେ ନିଜ ରାଜ୍ୟ ସ୍ଥାପନ କଲେ [୨][୧୧] । ସେମାନେ ୨୪ ବର୍ଷ ଧରି ଏ ଅଞ୍ଚଳକୁ ତାଙ୍କ ଅଧୀନରେ ରଖିଥିଲେ । ୧୮୧୬ ମସିହାରେ ଇଂରେଜ ମାନଙ୍କଦ୍ୱାରା ଗୋର୍ଖାମାନେ ପରାସ୍ତ ହେଲେ ଓ ଏହି ଅଞ୍ଚଳ ଇଂରେଜ ଅଧୀନକୁ ଗଲା । [୧୨] [୧୩][୧୪]
ହିମାଳୟର ଏ ଅଞ୍ଚଳରେ ଥିବା ଅନ୍ୟାନ୍ୟ ଶୈଳନିବାସ ନୈନିତାଲ ଓ ଶିମଲା ପରି ଆଲମୋଡା ଇଂରେଜ ମାନଙ୍କଦ୍ୱାରା ସ୍ଥାପିତ ହୋଇନାହିଁ ବରଂ ବହୁତ ପୂର୍ବରୁ ଏ ସହରର ସ୍ଥାପନା ହୋଇଛି । [୧୫][୧୬][୧୭] [୧୮]
ଭୂଗୋଳ
[ସମ୍ପାଦନା]ଆଲମୋଡା ସହର ଉତ୍ତରାଖଣ୍ଡର କୁମାୟୁନ ଅଞ୍ଚଳରେ ଅବସ୍ଥିତ । ଏହା ୨୯.୫୯୭୧° ଉ. ଅକ୍ଷାଂଶ ଓ ୭୯.୬୫୯୧° ପୂ. ଦ୍ରାଘିମାରେ ଅବସ୍ଥିତ । ସମୁଦ୍ର ପତନରୁ ଏହି ସ୍ଥାନର ଉଚ୍ଚତା ପ୍ରାୟ ୧୮୬୧ ମି. ଅଟେ । କୋଶି ଓ ସୂୟାଲ ନଦୀ ଏହି ସହର ନିକଟରେ ପ୍ରବାହିତ ।
ଏହି ସ୍ଥାନଟି ହିମାଳୟର କୁମାୟୁନ ପର୍ବତ ମାଳାର ଦକ୍ଷିଣ ପ୍ରାନ୍ତରେ ଏକ ଅଶ୍ୱ-କ୍ଷୁରାକୃତିରେ ରହିଛି । ଏହାର ପୂର୍ବ ପ୍ରାନ୍ତକୁ ତାଲିଫାତ ଓ ପଶ୍ଚିମ ପ୍ରାନ୍ତକୁ ସେଲିଫାତ କୁହାଯାଏ । ଯେଉଁଠାରେ ଏହି ଦୁଇ ପ୍ରାନ୍ତ ମିଶିଛି, ସେଠାରେ ଆଲମୋଡାର ବଜାର ଅବସ୍ଥିତ । ଏହା ଗହଳ ପାଇନ ଓ ଫିର ବଣଦ୍ୱାରା ପରିବେଷ୍ଟିତ । ଏଠାରୁ ହିମାଳୟର ତୁଷାରାବୃତ ଶୃଙ୍ଗ ସବୁ ଦେଖାଯାଏ ।
ଏହି ସ୍ଥାନର ଜଳବାୟୁ ଅପେକ୍ଷାକୃତ ଭାବେ ଗରମ । ଏଠାରେ ବର୍ଷ ସାରା ପ୍ରାୟତଃ ସମାନ ଭାବେ ବର୍ଷା ହେଉଥାଏ । ଏଠାରେ ମାର୍ଚ୍ଚରୁ ଜୁନ ପର୍ଯ୍ୟନ୍ତ ଗ୍ରୀଷ୍ମ, ଜୁଲାଇରୁ ନଭେମ୍ବର ପର୍ଯ୍ୟନ୍ତ ମୌସୁମୀ ପ୍ରବାହ ଓ ଡିସେମ୍ବରରୁ ଫେବୃଆରୀ ପର୍ଯ୍ୟନ୍ତ ଶୀତ ହୁଏ । ଗ୍ରୀଷ୍ମ କାଳରେ ଶୀତ ଋତୁ ଅପେକ୍ଷା ଅଧିକ ବର୍ଷା ହୁଏ ।
ଆଲମୋଡାର ହାରାହାରି ବାର୍ଷିକ ତାପମାତ୍ରା 23.5 ℃ । ଜୁନ ମାସ ସବୁଠାରୁ ଉଷ୍ମ ସମୟ ତଥା ଜାନୁଆରୀ ସବୁଠାରୁ ଥଣ୍ଡାର ସମୟ । ଏଠାରେ ବର୍ଷକୁ ହାରାହାରି ୧୧୩୨.୫ ମି.ଲି. ବର୍ଷା ହୋଇଥାଏ । ଅଗଷ୍ଟ ମାସରେ ସବୁଠୁ ଅଧିକ ବର୍ଷା ଓ ନଭେମ୍ବର ମାସରେ ସବୁଠାରୁ କମ ବର୍ଷା ହୋଇଥାଏ ।
ପର୍ଯ୍ୟଟନ ସ୍ଥଳୀ
[ସମ୍ପାଦନା]- ଗରମ ପାଣି
- ଆଲମୋଡ଼ା ଦୁର୍ଗା
- ନନ୍ଦା ଦେବୀ ମନ୍ଦିର
- କସାର ଦେବୀ ମନ୍ଦିର
- କାଳୀ ମଠ
- ସିମତୋଲା
- ମୋହନଜୋଶୀ ପାର୍କ
- ରାଜକୀୟ ସଙ୍ଗ୍ରହାଳୟ
ଆଧାର
[ସମ୍ପାଦନା]- ↑ List of Elected Mayor/Chairpersons of Uttarakhand (PDF). Lucknow: RCUES. 2008. Retrieved 31 August 2016.
- ↑ ୨.୦ ୨.୧ District Census Handbook (PDF). Dehradun: Directorate of Census Operations, Uttarakhand. p. 8. Retrieved 31 August 2016.
- ↑ Gopal, Madan (1990). K.S. Gautam (ed.). India through the ages. Publication Division, Ministry of Information and Broadcasting, Government of India. p. 174.
- ↑ Trivedi, Vijaya R. Autonomy of Uttarakhand (in ଇଂରାଜୀ). Mohit Publications. p. 33. ISBN 9788174450081.
- ↑ Sharma, Man Mohan. Through the valley of gods: travels in the central Himalayas (in ଇଂରାଜୀ). Vision Books. p. 99.
- ↑ Bhattacherje, S. B. Encyclopaedia of Indian Events & Dates (in ଇଂରାଜୀ). Sterling Publishers Pvt. Ltd. p. 55. ISBN 9788120740747.
{{cite book}}
:|access-date=
requires|url=
(help) - ↑ Tyagi, Nutan. Hill Resorts of U.P. Himalaya,: A Geographical Study (in ଇଂରାଜୀ). Indus Publishing. p. 76. ISBN 9788185182629.
{{cite book}}
:|access-date=
requires|url=
(help) - ↑ Debroy, Bibek. The Mahabharata: Volume 3 (in ଇଂରାଜୀ). Penguin Books India. p. 20. ISBN 9780143100157.
- ↑ "Almora History - kmvn Resources and Information". www.kmvn.org. Retrieved 31 August 2016.
- ↑ "Almora Travel and Tourism Guide". Travel India. Archived from the original on 11 September 2016. Retrieved 1 September 2016.
- ↑ Hamilton, Francis; Buchanan, Francis Hamilton. An Account of the Kingdom of Nepal: And of the Territories Annexed to this Dominion by the House of Gorkha (in ଇଂରାଜୀ). A. Constable. Retrieved 2 September 2016.
- ↑ Cross, John Pemble ; foreword by J.P. (2008). Britain's Gurkha War : the invasion of Nepal, 1814-16 ([Rev. ed.] ed.). London: Frontline. ISBN 978-1-84832-520-3.
{{cite book}}
:|access-date=
requires|url=
(help)CS1 maint: multiple names: authors list (link) - ↑ Martin, Robert Montgomery. The History of the Indian Empire (in ଇଂରାଜୀ). Mayur Publications.
- ↑ Summary of the operations in India: with their results : from 30 April 1814 to 31 Jan. 1823. Marquis of Hastings. 1824.
{{cite book}}
:|access-date=
requires|url=
(help) - ↑ (Pilgrim 1844)
- ↑ Murphy, C. W. (1906). A guide to Naini Tal and Kumaun, etc. Allahbad, United Provinces.
{{cite book}}
:|access-date=
requires|url=
(help)CS1 maint: location missing publisher (link) - ↑ Vipin Pubby (1996). Shimla Then and Now. Indus Publishing. ISBN 978-81-7387-046-0. Retrieved 16 August 2013.
- ↑ Dowling, Julie. Indian Hill Stations: Shimla, Mussoorie and Almora (in ଇଂରାଜୀ). Blurb, Incorporated. ISBN 9781320872096.
{{cite book}}
:|access-date=
requires|url=
(help)
ବାହାର ଲିଙ୍କ
[ସମ୍ପାଦନା]- ଆଲମୋଡ଼ା ଜିଲ୍ଲା ପ୍ରସାଶନର ୱେବସାଇଟ
- [୧] Archived 2008-12-11 at the Wayback Machine.