ଉଦୟନାଥ ଷଡ଼ଙ୍ଗୀ
ଦେଖଣା
ଉଦୟନାଥ ଷଡ଼ଙ୍ଗୀ | |
---|---|
ଜନ୍ମ ଓ ଜନ୍ମସ୍ଥାନ | ସିପି, ଜଗତସିଂହପୁର ଜିଲ୍ଲା | ୧୬ ମାର୍ଚ୍ଚ ୧୯୦୫
ମୃତ୍ୟୁ | ୮ ଜାନୁଆରୀ ୧୯୯୯ | (ବୟସ ୯୩)
ବୃତ୍ତି | ଲେଖକ |
ଭାଷା | ଓଡ଼ିଆ |
ଜାତୀୟତା | ଭାରତୀୟ |
ନାଗରିକତା | ଭାରତୀୟ |
ଉଦୟନାଥ ଷଡ଼ଙ୍ଗୀ ଜଗତସିଂହପୁର ଜିଲ୍ଲାର ସିପି ଗାଆଁରେ ଜନ୍ମିତ ଜଣେ ଜଣାଶୁଣା ଓଡ଼ିଆ ଲେଖକ ଓ ଅନୁବାଦକ ଥିଲେ । ସେ ପ୍ରଥମେ ପାଠ୍ୟପୁସ୍ତକ ରଚନା କରି ପରେ ଅନେକ ଶିଶୁ ସାହିତ୍ୟ ରଚନା କରିଥିଲେ ।[୧]
ରଚନାବଳୀ
[ସମ୍ପାଦନା]- ଓଡ଼ିଶାର ଇତିହାସ କଥା
- ଭାରତର ଇତିହାସ କଥା
- ପରୀରାଇଜ
- ଟୁଉକୁ ମୂଷି
- ଚକା ଚକା ଭଉଁରୀ
- କଥା କବିତା
- ଆମ ଗ୍ରହ-ଉପଗ୍ରହ
- ଏମାନଙ୍କୁ ଜାଣିରଖ
- ତେଲ ଲୁଣର ସଂସାର
- ବିଚିତ୍ର ପଶୁ
- ଜହ୍ନମାମୁ
- ବିଲୁଆନନାର ବାହାଘର
- ମିନିର ମନକଥା
- ଜଳଜନ୍ତୁ ସିରିଜ୍
- ଆଦିବାସୀ କଥା
- ଟମକକାଙ୍କ କୁଟୀର
- ଗାନ୍ଧି ମହାରାଜାଙ୍କ ଶିଷ୍ୟ (ଆତ୍ମଜୀବନୀ)
ଅନୁବାଦ
[ସମ୍ପାଦନା]ସେ "କୋନାନ ଡଏଲ"ଙ୍କ ଲିଖିତ ଇଂରାଜୀ ବହି "Valley of Fears" ଓ "ଷ୍ଟୋବେ"ଙ୍କ ଲିଖିତ "Uncle Tom's Cabin"ର ଓଡ଼ିଆରେ ରୂପାନ୍ତର କରିଥିଲେ ।[୨] ଏଦି ଅନୁଦିତ ବହିଟି ଆମେରିକା ଦାସପ୍ରଥା ଉପରେ ଆଧାରିତ ଥିଲା ଓ ଓଡ଼ିଆ ପାଠକମାନଙ୍କ ଦେଇ ବିଶେଷ ଭାବରେ ଆଦୃତ ହୋଇଥିଲା ।[୩]
- ଆରବ୍ୟ ରଜନୀ
- ଆଲିବାବା
- ଗୌତମ ବୁଦ୍ଧ
- ସିନ୍ଦବାଦ
ସମ୍ମାନ ଓ ପୁରସ୍କାର
[ସମ୍ପାଦନା]ସେ ପ୍ରଜାତନ୍ତ୍ର ପ୍ରଚାର ସମିତି, ଓଡ଼ିଶା ସାହିତ୍ୟ ଏକାଡେମୀ, ଉତ୍କଳ ପାଠକ ସଂସଦ, ଗୋକର୍ଣ୍ଣିକା ସାହିତ୍ୟ ସମାଜ ତରଫରୁ ପୁରସ୍କୃତ ଓ ସମ୍ବର୍ଦ୍ଧିତ ହୋଇଥିଲେ ।[୪]
ଆଧାର
[ସମ୍ପାଦନା]- ↑ Amaresh Datta; various (1 January 2006). The Encyclopaedia Of Indian Literature (Volume One (A To Devo). Sahitya Akademi. pp. 707–. ISBN 978-81-260-1803-1.
- ↑ Sherry Simon; Paul St-Pierre (2000). Changing the Terms: Translating in the Postcolonial Era. University of Ottawa Press. pp. 78–. ISBN 978-0-7766-0524-1.
- ↑ Changing the Terms, Translating in the Postcolonial Era Archived 2011-08-27 at the Wayback Machine.. Sherry Simon and Paul St-Pierre. 272 pages . 6 x 9 ISBN 978-0-7766-0524-1 (November 2000). pp. 77
- ↑ ଓଡ଼ିଶା ଭାସ୍କର, ଗୁରୁବାର, ୦୮ ଜାନୁଆରୀ ୨୦୧୫, ପୃଷ୍ଠା:୬