Jump to content

ଟେଣ୍ଟେଇ

ଉଇକିପିଡ଼ିଆ‌ରୁ

ଟେଣ୍ଟେଇ
ଟେଣ୍ଟେଇ (Vanellus indicus indicus ଉପ-ପ୍ରଜାତି)
ଟେଣ୍ଟେଇର ଡାକ
ବିଜ୍ଞାନଭିତ୍ତିକ ଶ୍ରେଣୀବିଭାଗ edit
ସାମ୍ରାଜ୍ୟ: ପ୍ରାଣୀ ସାମ୍ରାଜ୍ୟ
ଗୋଷ୍ଠୀ: ବାଇଲାଟେରିଆ
ପର୍ବ: କୋର୍ଡାଟା
ଶ୍ରେଣୀ: ଏଭସ
Order: Charadriiformes
Family: Charadriidae
Genus: Vanellus
ଜାତି: V. indicus
ବାଇନୋମିଆଲ ନାମ
Vanellus indicus
ପିଟର୍ ବୋଡେର୍ଟ୍, ୧୭୮୩
ମାନଚିତ୍ରରେ ଭୌଗୋଳିକ ବ୍ୟାପ୍ତି
Synonyms

Hoplopterus indicus
Lobivanellus indicus
Lobivanellus goensis
Tringa indica
Sarcogrammus indicus

ଟେଣ୍ଟେଇ ବା ଟେଁଟେଁଇ ବା ଟିଁଟିଁଆ (ଇଂରାଜୀରେ red-wattled lapwing, ଜୀବବିଜ୍ଞାନ ନାମ Vanellus indicus) କ୍ୟାରାଡିଡ୍ରାଏ ପରିବାରର ଏକ ଏସୀୟ ପକ୍ଷୀ । ବଣ ଜଙ୍ଗଲ ବା ସନ୍ତସନ୍ତିଆ ସ୍ଥାନରେ ଏମାନେ ପାଦରେ ବୁଲି ବୁଲି ଖାଦ୍ୟ ଅନ୍ୱେଷଣ କରନ୍ତି । ଆଖପାଖରେ କୌଣସି ପଶୁ ବା ମଣିଷର ଗତିବିଧି ଦେଖିଲେ ଏମାନେ ଖୁବ୍ ଉଚ୍ଚ ସ୍ୱରରେ ସତର୍କ ସୂଚନା ଦିଅନ୍ତି ।[] ଭାରତକୁ ଆସିଥିବା ୟୁରୋପୀୟମାନଙ୍କୁ ଏମାନଙ୍କ ସତର୍କ ଧ୍ୱନିଟି ଇଂରାଜୀ ଭାଷାରେ ଡିଡ୍ ହି ଡୁ ଇଟ୍ (did he do it) ବା ପିଟି ଟୁ ଡୁ ଇଟ୍ (pity to do it) ପରି ଶୁଣାଗଲା । ତେଣୁ ଅନେକ ପୁସ୍ତକ, ଗଳ୍ପରେ ଏହି ପକ୍ଷୀକୁ ଡିଡ୍ ହି ଡୁ ଇଟ୍ ପକ୍ଷୀ ବୋଲ ମଧ୍ୟ କୁହାଯାଇଛି ।[] ସ୍କଟ୍ ଶିକାରୀ ଓ ଜଙ୍ଗଲ କାହାଣୀ ଲେଖକ କେନ୍ନେଥ୍ ଆଣ୍ଡର୍ସନ୍ ନିଜ ଗଳ୍ପରେ ଏହି ପକ୍ଷୀକୁ ଡିଡ୍ ୟୁ ଡୁ ଇଟ୍ ଚଢ଼େଇ ବୋଲି କହିଛନ୍ତି । ସାଧାରଣତଃ ଟେଣ୍ଟେଇ ଯୋଡ଼ାରେ ବା ଛୋଟ ଦଳରେ ରହନ୍ତି । କୌଣସି ଜଳାଶୟର ନିକଟରେ ଏମାନଙ୍କୁ ଦେଖିବାକୁ ମିଳେ । ପ୍ରତିକୁଳ ପ୍ରଜନନ ସମୟରେ ଅର୍ଥାତ୍ ଶୀତଦିନରେ ଏମାନେ ବଡ଼ ଗୋଠରେ ଏକତ୍ରିତ ହେବାର ଦେଖାଯାଏ । ଏମାନେ ଭୂମି ଉପରେ ନିଜର ବସା ତିଆରି କରନ୍ତି ଓ ସେଥିରେ ୩ରୁ ୪ଟି ଅଣ୍ଡା ଦିଅନ୍ତି । ଏହି ଅଣ୍ଡାର ବାହ୍ୟ ପାର୍ଶ୍ୱର ଛଳାବରଣ ଯୋଗୁଁ ଏହାକୁ ସହଜରେ ଦେଖିହୁଏ ନାହିଁ । କୌଣସି ପରଭୋଜୀ ପ୍ରାଣୀର ଆଗମନରେ ଏମାନେ ନିଜ ବସା ଚାରିପଟେ ଉଡ଼ି ବୁଲନ୍ତି ଓ ଉଚ୍ଚ ସ୍ୱରରେ ସତର୍କ ସୂଚନା ଦିଅନ୍ତି । ଉଡ଼ିଲା ବେଳେ ପରଭୋଜୀ ପ୍ରାଣୀ ଉପରକୁ ଦେଖାଣିଆ ଲମ୍ଫ ମଧ୍ୟ ଦିଅନ୍ତି । ଟେଣ୍ଟେଇ ଛୁଆମାନଙ୍କ ଦେହର ରୂପ ମଧ୍ୟ ନିଆରା ଓ ଭୂମିରେ ଛଳାବରଣ ଜାଣି ପାରିବା କଷ୍ଟକର । ଅଣ୍ଡାରୁ ଫୁଟି ବାହାରିବା ମାତ୍ରେ ଖାଦ୍ୟ ଅନ୍ୱେଷଣରେ ଏମାନେ ନିଜ ମାତାପିତାଙ୍କୁ ଅନୁସରଣ କରି ଚାଲିବା ଆରମ୍ଭ କରିଦିଅନ୍ତି । ବିପଦ ଦେଖିଲେ ଭୂମିରେ ବସିଯାନ୍ତି ବା ଘାସ ବୁଦା ଉହାଡ଼ରେ ଲୁଚିଯାନ୍ତି ।[]

ବର୍ଗୀକରଣ

[ସମ୍ପାଦନା]
ଟେଣ୍ଟେଇର ମୁହଁରେ ଏକ ଅଳଙ୍କାର ପରି ରହିଥିବା ଲାଲ୍ ଦାଗ

ସ୍ଥାନୀୟ ଶିକାରୀ ଓ ବନବାସୀ ଲୋକେ ଟେଣ୍ଟେଇ ସହିତ ବହୁ ପୂର୍ବରୁ ପରିଚିତ । ଜଣେ ଫରାସୀ ବହୁଜ୍ଞ ଜର୍ଜ୍ ଲୁଇ ଲେକ୍ଲେ (କମ୍ଟେ ଡି ବୁଫୋନ୍)ଙ୍କ ୧୭୮୧ ମସିହାରେ ପ୍ରକାଶିତ ପୁସ୍ତକ Histoire Naturelle des Oiseauxରେ ପ୍ରଥମ ଥର ପାଇଁ ଟେଣ୍ଟେଇର ଉଲ୍ଲେଖ ମିଳିଥିଲା ।[] ଏଡ୍ମେ ଲୁଇ ଡବେଣ୍ଟଁଙ୍କ ନିରୀକ୍ଷଣରେ ଫ୍ରାଙ୍କୋଇଜ୍ ନିକୋଲାସ୍ ମାର୍ଟିନେଟ୍‍ଙ୍କଦ୍ୱାରା ଚିତ୍ରିତ Planches Enluminées D'Histoire Naturelle ଫଳକରେ ରହିଥିବା ଟେଣ୍ଟେଇ ଚିତ୍ର ବୁଫୋନ୍‍ଙ୍କ ଲେଖାର ସମର୍ଥନ କରୁଥିଲା ।[] ଉଭୟ ଚିତ୍ର ଓ ଲେଖାରେ କିନ୍ତୁ କୌଣସି ବୈଜ୍ଞାନିକ ନାମ ଦିଆଯାଇନଥିଲା । ୧୭୮୩ ମସିହାରେ ଓଲନ୍ଦାଜ ପ୍ରକୃତିବିତ୍ ପିଟର୍ ବୋଡେର୍ଟ ନିଜ ଲେଖା Planche Enluminéesରେ ଟ୍ରିଙ୍ଗା ଇଣ୍ଡିକା (Tringa indica) ବାଇନୋମିଆଲ୍ ନାମର ବ୍ୟବହାର କରିଥିଲେ ।[] ଭାରତର ପଶ୍ଚିମ ଉପକୂଳସ୍ଥ ଗୋଆରେ ସେ ଏହି ପ୍ରଜାତିକୁ ଦେଖିଥିଲେ ।[] ପରବର୍ତ୍ତୀ ସମୟରେ ଟେଣ୍ଟେଇ ବିଭିନ୍ନ ସମୟରେ SarcogrammusLobivanellus ପ୍ରଜାତିରେ ପରିଗଣିତ ହେଲା ଓ ସର୍ବଶେଷରେ ଆଉ ଜଣେ ଫରାସୀ ଜୀବବିଜ୍ଞାନୀ ମାଥୁରିନ୍ ଜାକ୍ସ୍ ବ୍ରିଶଁଙ୍କଦ୍ୱାରା ୧୭୬୦ ମସିହାରେ ପ୍ରସ୍ତାବିତ Vanellus ପ୍ରଜାତିରେ ସ୍ଥାନ ପାଇଲା ।[][୧୦] Vanellus ଶବ୍ଦଟି ହେଉଛି ଲାପ୍‍ୱିଂଗ୍ ("lapwing") ଚଢ଼େଇର ଏକ ମଧ୍ୟଯୁଗୀୟ ଲାଟିନ୍ ନାମ । ଲାଟିନ୍ ଶବ୍ଦ vanusର ଅର୍ଥ ପଙ୍ଖା କରିବା ବା ପାଛୋଡ଼ିବା ଏବଂ indicus ଶବ୍ଦର ଅର୍ଥ ହେଲା ଭାରତ ।[୧୧]

ଏହି ଚଢ଼େଇର ଭୌଗୋଳିକ ବିତରଣ ଖୁବ୍ ବ୍ୟାପ୍ତ ଏବଂ ସବୁ ଅଞ୍ଚଳର ଟେଣ୍ଟେଇଙ୍କ ରଙ୍ଗରୂପରେ ସାମାନ୍ୟ ତଫାତ୍ ଦେଖିବାକୁ ମିଳେ । ଏହି ପକ୍ଷୀଙ୍କର ୪ ଗୋଟି ଉପ-ପ୍ରଜାତି ଚିହ୍ନଟ କରାଯାଇଛି :[୧୨]

ବିବରଣୀ

[ସମ୍ପାଦନା]
ଉଡ଼ୁଥିବା ଏକ ଟେଣ୍ଟେଇର ଲାଞ୍ଜ ଓ ଡେଣାର ରଙ୍ଗ
ଆଉ ଏକ ଉଡ଼ୁଥିବା ଟେଣ୍ଟେଇ

ଟେଣ୍ଟେଇ ଚଢ଼େଇ ପ୍ରାୟ ୩୫ ସେ.ମି. ଲମ୍ବା । ଶରୀରର ପୃଷ୍ଠ ଓ ଡେଣାଗୁଡ଼ିକ ଫିକା ମାଟିଆ ରଙ୍ଗର ଓ ମଝିରେ ମଝିରେ ସବୁଜ ବା ବାଇଗଣୀ ଦାଗ ରହିଥାଏ । ମୁଣ୍ଡ ଓ ବେକର ଅଧିକାଂଶ ଭାଗ କଳା ରଙ୍ଗର । ଏକ ସ୍ପଷ୍ଟ ଧଳା ଦାଗ କଳା ଓ ମାଟିଆ ରଙ୍ଗର ପରକୁ ଲାଗି ମୁଣ୍ଡ, ବେକ, ପେଟ ଦେଇ ଲାଞ୍ଜ ପର୍ଯ୍ୟନ୍ତ ଯାଇଥାଏ । ଟେଣ୍ଟେଇର ଛୋଟିଆ ଲାଞ୍ଜର ଅଗ୍ରଭାଗଟି କଳା ରଙ୍ଗର । ଆଖି ସାମନାରେ ଭ୍ରୁଲତା ବା ଅଳଙ୍କାର ପରି ଏକ ଲାଲ୍ ଅଂଶ ରହିଥାଏ । ଏହାର ଥଣ୍ଟଟି ଲାଲ୍ ରଙ୍ଗର ଏବଂ ଥଣ୍ଟର ଅଗଟି କଳା ରଙ୍ଗର । ଟେଣ୍ଟେଇର ଗୋଡ଼ଗୁଡ଼ିକ ଲମ୍ବା ଲମ୍ବା ଓ ହଳଦିଆ ରଙ୍ଗର । ଟେଣ୍ଟେଇ ଉଡ଼ୁଥିବା ସମୟରେ ଏହାର ଡେଣା ଓ ଲାଞ୍ଜର ଧଳା ଅଂଶ ଏକ ବାଟୁଳି ଖଡ଼ା ପରି ଦେଖାଯାଏ ।[୧୩]

ପଶ୍ଚିମ ଏସିଆରେ ଦେଖାଯାଉଥିବା ପ୍ରଜାତି aigneriର ରଙ୍ଗ ସାମାନ୍ୟ ଫିକା ଏବଂ ଏମାନେ ଅନ୍ୟ ସବୁ ଟେଣ୍ଟେଇ ଉପପ୍ରଜାତିଙ୍କଠାରୁ ଆକାରରେ ସାମାନ୍ୟ ବଡ଼ । ଏହି ଉପପ୍ରଜାତି ତୁର୍କୀ, ଇରାନ, ଇରାକ, ଆଫଗାନିସ୍ତାନସିନ୍ଧୁ ନଦୀ ଉପତ୍ୟକାରେ ଦେଖିବାକୁ ମିଳନ୍ତି । ସାରା ଭାରତ ବର୍ଷରେ ଟେଣ୍ଟେଇ ଚଢ଼େଇ ଦେଖିବାକୁ ପାଇବା । ଶ୍ରୀଲଙ୍କାରେ ଦେଖାଯାଉଥିବା lankae ଉପପ୍ରଜାତି ଆକାରରେ ଛୋଟ ଓ ଗାଢ଼ ରଙ୍ଗର ହୋଇଥାଏ । ଉତ୍ତର-ପୂର୍ବ ଭାରତ ଓ ବଙ୍ଗଳାଦେଶରେ ଦେଖାଯାଉଥିବା atronuchalis ଉପପ୍ରଜାତିର ଆଖି ତଳେ (ଗାଲ ପରି) ଧଳା ଚିହ୍ନ ରହିଥାଏ ଯାହାକୁ ପରିବେଷ୍ଟନ କରି ମୁହଁ ସାରା କଳା ରଙ୍ଗର ହୋଇଥାଏ ।[୧୪]

ଅଣ୍ଡିରା ଓ ମାଈମାନଙ୍କ ରଙ୍ଗ ପ୍ରାୟତଃ ସମାନ, ଅଣ୍ଡିରାମାନଙ୍କ ଡେଣା ମାଈମାନଙ୍କଠାରୁ ୫% ଅଧିକ ଲମ୍ବା ଥିବା ଦେଖାଯାଇଛି । ଟେଣ୍ଟେଇର ଶରୀରର ଦୈର୍ଘ୍ୟ ୩୨୦-୩୫୦ ମି.ମି., ଡେଣାଗୁଡ଼ିକର ଦୈର୍ଘ୍ୟ ୨୦୮-୨୪୭ ମି.ମି., ଥଣ୍ଟଟି ୩୧-୩୬ ମି.ମି., ନଳିଗୋଡ଼ ୭୦-୮୩ ମି.ମି. ଓ ଲାଞ୍ଜଟି ୧୦୪-୧୨୮ ମି.ମି. ହୋଇଥାଏ ।[]

ତୁର୍କୀର V. i. aigneri ଟେଣ୍ଟେଇ ଉପ-ପ୍ରଜାତି

ହଳ ଯୋତା ଜମି, ଖୋଲା ଜମି, ଚରିବା ପଡ଼ିଆ, କାଦୁଆ ଜମି, ଶୁଖି ଆସୁଥିବା ଗାଡ଼ିଆ ଇତ୍ୟାଦି ନିକଟରେ ଯୋଡ଼ା ବା ତିନୋଟି ଲେଖାଏଁ ଟେଣ୍ଟେଇ ପକ୍ଷୀ ରହନ୍ତି । ବେଳେବେଳେ ୨୬-୨୦୦ଟି ପକ୍ଷୀଙ୍କ ଗୋଠ ଦେଖିବାକୁ ମିଳେ ।[୧୫] ସଫା ହୋଇଯାଇଥିବା ଜଙ୍ଗଲ ଓ ବର୍ଷାପାଣି ଜମା ହୋଇଥିବା ସ୍ଥାନରେ ମଧ୍ୟ ଏମାନେ ଦେଖାଯାନ୍ତି । ଅଳ୍ପ ଦୂର ଦୌଡ଼ି ଟେଣ୍ଟେଇ ରହିଯାଏ । ଖାଦ୍ୟ ଦେଖିଲେ ଗୋଡ଼ ବଙ୍କା ନକରି, ମୁଣ୍ଡ ନୁଆଇଁ ଥଣ୍ଟରେ ଖାଦ୍ୟ ଉଠାଇ ନିଏ ।[୧୬] ଟେଣ୍ଟେଇ ରାତିରେ ମଧ୍ୟ (ବିଶେଷତଃ ପୂର୍ଣ୍ଣିମା ରାତିରେ) ଖାଦ୍ୟ ଅନ୍ୱେଷଣରେ ବାହାରେ ।[] ଏହି ପକ୍ଷୀ ଅତ୍ୟନ୍ତ ସତର୍କ ଏବଂ ଅଳ୍ପ ଗତିବିଧି ଦେଖିଲେ ଓ ବିପଦ ନଥିଲେ ମଧ୍ୟ ସତର୍କ ହୋଇ ଉଚ୍ଚ ସ୍ୱରରେ ବୋବାଇବା ଆରମ୍ଭ କରିଦିଏ । ତେଣୁ ପୂର୍ବ କାଳରେ ଟେଣ୍ଟେଇଠାରୁ ଅତି ବିରକ୍ତ ହେଉଥିବା କଥା ଅନେକ ଶିକାରୀ କହିଛନ୍ତି । ଏହାର ଉଡ଼ିବା ବେଗ ଅତ୍ୟଧିକ ନୁହେଁ କିନ୍ତୁ କେହି ବସା ଆଡ଼କୁ ଆସିଲେ ବା ଚିଲମାନେ ଆକ୍ରମଣ କଲେ ଏମାନଙ୍କ ବେଗ ବହୁ ମାତ୍ରାରେ ବଢ଼ିଯାଏ ।[୧୩]

V. i. atronuchalis ଉପ-ପ୍ରଜାତିର କାନ ପାଖରେ ରହିଥିବା ଧଳା ଦାଗ ଦ୍ୱୀପ ପରି ଚାରିପଟର କଳା ପରଦ୍ୱାରା ପରିବେଷ୍ଟିତ ।

ଦେଖିବାକୁ ଓ ବୋବାଇବାରେ ଟେଣ୍ଟେଇ ଅତି ନିଆରା । ଏମାନେ ଉଭୟ ଦିନ ଓ ରାତିରେ ଶବ୍ଦ କରିବା ଶୁଣା ଯାଇଥାଏ ।[୧୪]

ଛିଟା ଛିଟା ଦାଗରେ ପୂର୍ଣ୍ଣ କିଛି ଅଦ୍ଭୁଦ ଟେଣ୍ଟେଇ ମଧ୍ୟ ଦେଖିବାକୁ ମିଳନ୍ତି ।[୧୭]

ଅନ୍ୟ କିଛି ଭାରତୀୟ ଭାଷାରେ ଟେଣ୍ଟେଇର ସ୍ଥାନୀୟ ନାମ ହେଲା :

  • ତିତିରି ବା ଟିଟ୍ଟିଭ (ହିନ୍ଦୀ)
  • ଟିଟ୍ଟିଭ (କନ୍ନଡ଼)
  • ତତିହାର (ସିନ୍ଧୀ)
  • ଟିଟୋଡ଼ି (ଗୁଜରାତି‌)
  • ହାଟାଟୁଟ୍ (କାଶ୍ମୀରୀ)
  • ବାଲିଘୋରା (ଅହମିଆ ବା ଆସାମିଆ)
  • ୟେନ୍ନପ୍ପା ଚିତୱା (ତେଲୁଗୁ)[]
  • ଆଲ୍-କାଟି (ତାମିଲ୍).[]

ଭୌଗୋଳିକ ବିତରଣ

[ସମ୍ପାଦନା]

ପଶ୍ଚିମ ଏସିଆ (ଇରାକ, ଦକ୍ଷିଣ-ପଶ୍ଚିମ ଇରାନ, ପର୍ସୀୟ ଉପସାଗର), ଦକ୍ଷିଣ ଏସିଆ (ବେଲୁଚିସ୍ତାନ, ଆଫଗାନିସ୍ତାନ, ପାକିସ୍ତାନ) ପ୍ରଭୃତି ଦେଶରେ ଟେଣ୍ଟେଇ ଦୃଶ୍ୟମାନ ହୁଅନ୍ତି । ଭାରତୀୟ ଉପମହାଦ୍ୱୀପରେ କନ୍ୟାକୁମାରୀରୁ ନେଇ ଉତ୍ତରସ୍ଥ କାଶ୍ମୀର ଓ ନେପାଳରେ ସମୁଦ୍ରପତନରୁ ୧୮୦୦ ମିଟର୍ ଉଚ୍ଚତା ପର୍ଯ୍ୟନ୍ତ ଟେଣ୍ଟେଇ ଦେଖାଯାନ୍ତି । ଦକ୍ଷିଣ-ପୂର୍ବ ଏସିଆରେ ଟେଣ୍ଟେଇର ଆଉ ଏକ ଉପ-ପ୍ରଜାତି ଦେଖାଯାଏ । ସବୁ ଦେଶରେ ଏହି ପକ୍ଷୀମାନେ ପ୍ରାୟତଃ ମୂଳ ନିବାସୀ ।[୧୮] ତେବେ ଆବଶ୍ୟକ ହେଲେ ଶରତ ଓ ବସନ୍ତ ଋତୁରେ ବେଲୁଚିସ୍ତାନ ଓ ଉତ୍ତର-ପଶ୍ଚିମ ପାକିସ୍ତାନର ଚଢ଼େଇମାନେ ପ୍ରବାସ କରିବା ଦେଖାଯାଇଛି ।

ବର୍ତ୍ତମାନ ସମୟରେ ପଶ୍ଚିମ ପରିବାସରେ ଟେଣ୍ଟେଇଙ୍କ ସଂଖ୍ୟା କମିବାରେ ଲାଗିଛି ଓ ପୂର୍ବ ପରିବାସରେ ଅତ୍ୟଧିକ ମାତ୍ରାରେ ଟେଣ୍ଟେଇ ରହିଛନ୍ତି । ଯେକୌଣସି ଆର୍ଦ୍ରଭୂମି ପରିବାସ ନିକଟରେ ଏମାନେ ଦେଖାଯାଇଥାନ୍ତି ।

ପରିସ୍ଥିତିକ ବ୍ୟବହାର

[ସମ୍ପାଦନା]
ଟେଣ୍ଟେଇ ଅଣ୍ଡା ଓ ନିକଟରେ ଫୁଟି ବାହାରିଥିବା ଛୁଆ । ଆତଙ୍କିତ ହେଲେ ଛୁଆମାନେ ଭୂମି ଉପରେ ନିଶ୍ଚଳ ହୋଇ ବସି ରହନ୍ତି । ଏମାନଙ୍କ ଶରୀରର ଓ ପାରିପାର୍ଶ୍ୱିକ ମାଟିର ରଙ୍ଗ ମିଶିଯାଉଥିବାରୁ ସୃଷ୍ଟି ହେଉଥିବା ଛଳାବରଣ ଫଳରେ ଏମାନଙ୍କୁ ସହଜରେ ଦେଖିହୁଏ ନାହିଁ ।[୧୩]
Vanellus indicus aigneri

ମାର୍ଚ୍ଚରୁ ଅଗଷ୍ଟ ମାସ ଟେଣ୍ଟେଇମାନଙ୍କ ପ୍ରଜନନ ସମୟ । ମିଳନ ପୂର୍ବରୁ ଅଣ୍ଡିରା ଚଢ଼େଇ ନିଜ ପର ଫୁଲାଇ ଓ ଥଣ୍ଟ ଉପରମୁହା କରି ମାଈ ଆଗରେ ପ୍ରଦର୍ଶନ କରେ ଏବଂ ମାଈ ଚଢ଼େଇ ଚାରିପଟେ ବୁଲେ । ଗୋଟିଏ ମାଈ ଚଢ଼େଇ ସମ୍ମୁଖରେ ଏକାଧିକ ଅଣ୍ଡିରା ଚଢ଼େଇ ଏପରି ପ୍ରଦର୍ଶନ କରି ମାଈକୁ ଆକୃଷ୍ଟ କରିବାକୁ ଚେଷ୍ଟା କରନ୍ତି ।[୧୫] ଟେଣ୍ଟେଇ ଅତି ଚତୁରତାର ସହିତ ମାଟିରେ, ଖାଲରେ, ଗୋଡ଼ି ଓ ଛୋଟ ପଥର ପଡ଼ିଥିବା ସ୍ଥାନରେ ବା ଛେଳି, ଠେକୁଆ ପରି ପ୍ରାଣୀଙ୍କ ଶୁଖିଲା ମଳ ନିକଟରେ ଅଣ୍ଡା ଦିଏ ।[୧୯] ଟେଣ୍ଟେଇ ଅଣ୍ଡାଗୁଡ଼ିକ ୪୨×୩୦ ମି.ମି. ଆକାରର, ଯାହାର ରଙ୍ଗ ମାଟିଆ ଓ ସେଗୁଡ଼ିକରେ କଳା କଳା ଛିଟା ଦାଗ ରହିଥାଏ । ଟେଣ୍ଟେଇ ଏକାବେଳକେ ପ୍ରାୟ ୩-୪ଟି ଅଣ୍ଡା ଦେଇଥାଏ । ଅଣ୍ଡା ପରି ଏମାନଙ୍କ ବସା ମଧ୍ୟ ଛଳାବରଣ ପୂର୍ଣ୍ଣ ଓ ସେ ସ୍ଥାନର ମାଟି, ପଥର ଇତ୍ୟାଦିର ରଙ୍ଗରେ ଲୁଚିଯାଏ ।[୧୩] ଜନବସତି ରହିଥିବା ଅଞ୍ଚଳରେ ଟେଣ୍ଟେଇମାନେ ଘର ଛାତ ଉପରେ ବସା ବାନ୍ଧନ୍ତି ।[୨୦][୨୧][୨୨] ଏପରିକି ରେଳ ଧାରଣା ମଧ୍ୟରେ ରହିଥିବା ଛୋଟ ପଥର ଶଯ୍ୟାରେ ମଧ୍ୟ ଏମାନେ ବସା ବାନ୍ଧିବା ଦେଖାଯାଇଛି । ରେଳଗାଡ଼ି ଆସୁଥିଲେ ଚଢ଼େଇଟି ରେଳ ଧାରଣା ବାହାରକୁ ଚାଲିଯାଏ ଓ ଗାଡ଼ି ଯିବାପରେ ପୁଣି ଫେରିଆସେ ।[୨୩] ଚାଷ ଜମି ପାଇଁ କୌଣସି ଅଞ୍ଚଳକୁ ସଫା କରିବା ବେଳେ ଟେଣ୍ଟେଇ ବସା ଓ ଅଣ୍ଡାକୁ ସ୍ଥାନାନ୍ତରିତ କରାଯିବାର କିଛି ଉଦାହରଣ ମଧ୍ୟ ରହିଛି ।[୨୪] ବସା ତିଆରି କଲାବେଳେ ପାଖକୁ କୌଣସି ମାଂସାସୀ ପ୍ରାଣୀ ଆସିଲେ ଟେଣ୍ଟେଇ ସେମାନଙ୍କ ଉପରକୁ ଲମ୍ଫ ପ୍ରଦାନ କରି ଡରାଇବାକୁ ଚେଷ୍ଟା କରେ ବା ସେମାନଙ୍କୁ ବସାରୁ ଦୂରକୁ ନେବାକୁ ଚେଷ୍ଟା କରେ ।[୨୫][୨୬][୨୭][୨୮]

ଉଭୟ ମାଈ ଓ ଅଣ୍ଡିରା ଚଢ଼େଇ ମିଶି ଅଣ୍ଡାଗୁଡ଼ିକ ଉଷୁମାଇଥାନ୍ତି । କୌଣସି ମାଂସଭୋଜୀ ଜୀବ ନିକଟକୁ ଆସିଲେ ସେମାନେ ତାକୁ ଆକ୍ରମଣ କରିବା ପରି ପ୍ରଦର୍ଶନ କରନ୍ତି କିମ୍ବା ସେମାନଙ୍କ ଦୃଷ୍ଟି ଅନ୍ୟ ଆଡ଼କୁ ଆକର୍ଷଣ କରିବାକୁ ଚେଷ୍ଟା କରନ୍ତି । ମଧ୍ୟାହ୍ନ ଓ ଅପରାହ୍ନର ସବୁଠାରୁ ଗରମ ସମୟରେ ଅଣ୍ଡିରାମନେ ଅଣ୍ଡା ଉଷୁମାନ୍ତି ଓ ଅନ୍ୟ ସବୁ ସମୟରେ ମାଈମାନେ ଅଣ୍ଡା ଉଷୁମାନ୍ତି ।[୨୯] ୨୮ରୁ ୩୦ ଦିନରେ ଅଣ୍ଡାଗୁଡ଼ିକ ଫୁଟି ଛୁଆ ବାହାରିଥାନ୍ତି । ଟେଣ୍ଟେଇମାନଙ୍କ ମଧ୍ୟରେ ପ୍ରଜନନ ସଫଳତା ହାର ପ୍ରାୟ ୪୦% । ନେଉଳ, କାଉ, ଚିଲ ପରି ଜୀବ ଏମାନଙ୍କ ଅଣ୍ଡା ଖାଇଯାଉଥିବାରୁ ଅଣ୍ଡାଟି ଫୁଟି ଛୁଆ ହେବାର ସମ୍ଭାବନା ପ୍ରାୟ ୪୩% । ତେବେ ଟେଣ୍ଟେଇମାନଙ୍କ ମଧ୍ୟରେ ଶିଶୁମୃତ୍ୟୁ ହାର ପ୍ରାୟ ୮% ଏବଂ କେବଳ ପ୍ରଥମ ସପ୍ତାହରେ ସେମାନଙ୍କ ମୃତ୍ୟୁ ସମ୍ଭାବନା ସର୍ବାଧିକ ଥାଏ ।[୩୦]

ଅନ୍ୟ ଲାପ୍‍ୱିଂଗ୍ ପ୍ରଜାତିର ଚଢ଼େଇଙ୍କ ପରି ଟେଣ୍ଟେଇ ମଧ୍ୟ ନିଜର ପେଟ ପାଖର ପର ପାଣିରେ ଓଦା କରି ଛୁଆଙ୍କ ପାଖକୁ ଆସେ ଓ ଛୁଆମାନେ ତାହାର ଓଦା ପରରୁ ପାଣି ଗ୍ରହଣ କରନ୍ତି । ଅଣ୍ଡାର ତାପମାତ୍ରା କମ୍ କରିବାକୁ ହେଲେ ମଧ୍ୟ ଏହି ପଦ୍ଧତି କାମରେ ଆସିଥାଏ ।[୩୧][୩୨]

ଛୁଆମାନେ ଅଣ୍ଡାରୁ ବାହାରିବାର ଅଳ୍ପ ସମୟ ପରେ ବସା ଛାଡ଼ି ମା’ବାପାଙ୍କୁ ଅନୁସରଣ କରି ଚାଲନ୍ତି

ପାଣିର ଛୋଟ ଗାଡ଼ିଆ ବା ଜମା ହୋଇ ରହିଥିବା ପାଣିରେ ଏମାନେ ନିଜ ଦେହ ଓଦା କରନ୍ତି (ସ୍ନାନ କରନ୍ତି) । ରତିକ୍ରୀଡ଼ା ପରେ ବା ବସା ଛାଡ଼ିବା ସମୟରେ ନିଜ ପର ଖୁମ୍ପି ସଜାଡ଼ିଥାନ୍ତି । ଗୋଟିଏ ଗୋଡ଼ରେ ଛିଡ଼ାହୋଇ ବା କୌଣସି ସମତଳ ସ୍ଥାନରେ ଏମାନେ ବିଶ୍ରାମ କରନ୍ତି ।[୩୩]

ସ୍ୱସ୍ଥ ଓ ପ୍ରାପ୍ତବୟସ୍କ ପକ୍ଷୀମାନେ ମାଂସଭୋଜୀ ଜୀବଙ୍କଠାରୁ ସହଜରେ ଖସି ଯାଆନ୍ତି ଓ ନିଜର ଦ୍ରୁତବେଗରେ ଉଡ଼ିପାରିବାର କ୍ଷମତା ଯୋଗୁଁ ଚିଲ ଓ ଛଞ୍ଚାଣମାନଙ୍କଠାରୁ ମଧ୍ୟ ନିଜର ସୁରକ୍ଷା କରିପାରନ୍ତି ।[୧୩]

ଖାଦ୍ୟ

[ସମ୍ପାଦନା]

ଭୂମି ଉପରେ ବୁଲୁଥିବା କୀଟପତଙ୍ଗ, ଗେଣ୍ଡା, ଛୋଟ ଅମେରୁଦଣ୍ଡୀ ପ୍ରାଣୀ, ପୋକଯୋକ ଇତ୍ୟାଦି ଟେଣ୍ଟେଇ ଚଢ଼େଇର ଖାଦ୍ୟ । ଟେଣ୍ଟେଇ ଶସ୍ୟ ମଧ୍ୟ ଖାଇଥାନ୍ତି । ଉଭୟ ଦିନ ଓ ରାତ୍ରି ସମୟରେ ଏମାନେ ଖାଇଥାନ୍ତି । ତେବେ ମୁଖ୍ୟତଃ ଦିନବେଳା ଏମାନେ ଖାଦ୍ୟ ଅନ୍ୱେଷଣ କରୁଥିବା ଦେଖାଯାଏ ଓ ରାତିରେ କ୍ୱଚିତ୍ ଖାଦ୍ୟ ସନ୍ଧାନରେ ବାହାରନ୍ତି । କୋମଳ ଓ ଢିଲା ମାଟିରୁ ନିଜ ଗୋଡ଼ ସହାୟତାରେ ଏମାନେ ପୋକ ଇତ୍ୟାଦିଙ୍କୁ ହଇରାଣ କରି ବାହାରି ଆସିବାକୁ ବାଧ୍ୟ କରନ୍ତି ଏବଂ ତାହା ପରେ ସେମାନଙ୍କୁ ଆହରଣ କରନ୍ତି ।[୩୪]

ଲୋକପ୍ରିୟ ସଂସ୍କୃତିରେ ଟେଣ୍ଟେଇ

[ସମ୍ପାଦନା]

ଭାରତର କିଛି ସ୍ଥାନରେ ଲୋକ ବିଶ୍ୱାସ କରନ୍ତି ଯେ ଟେଣ୍ଟେଇ ଶୋଇବା ବେଳେ ପିଠିପଟେ ଶୁଏ ଓ ଗୋଡ଼ ଦୁଇଟି ଉପରକୁ ଉଠାଇ ରଖିଥାଏ । ଏଥିରୁ ଏକ ହିନ୍ଦୀ ଲୋକବାଣୀ "टिटहरी से आसमान थामा जायेगा "ର ଜନ୍ମ; ଯାହାର ଅର୍ଥ ଟେଣ୍ଟେଇ କଣ ଆକାଶକୁ ଉଠେଇ ଧରି ରଖି ପାରିବ । କୌଣସି ଅଳ୍ପ ସାମର୍ଥ୍ୟବିଶିଷ୍ଟ, କମ୍ ଅନୁଭବୀ ବା ଦୁର୍ବଳ ବ୍ୟକ୍ତିକୁ ଏକ ବଡ଼ ଦାୟିତ୍ୱ ଦେଲେ ଏପରି ରୂପକ ଉକ୍ତି ବା ଋଢ଼ି ପ୍ରୟୋଗ କରାଯାଇଥାଏ ।[]

ଟେଣ୍ଟେଇ ଚଢ଼େଇ କୌଣସି ଉଚ୍ଚ ସ୍ଥାନରେ ଅଣ୍ଡା ପାରିଲେ ତାହା ଆଗକୁ ଭଲ ବର୍ଷା ହେବାର ସୂଚନା ଦିଏ ବୋଲି ରାଜସ୍ଥାନର ଲୋକଙ୍କର ବିଶ୍ୱାସ ରହିଛି ।[୩୫] ପାରମ୍ପରିକ ଔଷଧ ପାଇଁ ଗାଁର ଚିକିତ୍ସକ ବା ବୈଦ୍ୟମାନେ ଟେଣ୍ଟେଇ ଚଢ଼େଇର ଅଣ୍ଡା ସଂଗ୍ରହ କରିଥାନ୍ତି ।[୩୬][୩୭][୩୮]

  1. "Vanellus indicus". IUCN Red List of Threatened Species. Version 2013.2. International Union for Conservation of Nature. 2012. Retrieved 26 November 2013. {{cite web}}: Invalid |ref=harv (help)
  2. ୨.୦ ୨.୧ ୨.୨ ୨.୩ Jerdon, TC (1864). The Birds of India. George Wyman & Co. pp. 648–649.
  3. Symons, CT (1917). "Note on the breeding habits of the Did-he-do-it Sarcogrammus indicus". Spolia Zeylanica. 10 (39): 397–398.
  4. ୪.୦ ୪.୧ ୪.୨ Hayman, P.; J. Marchant; T. Prater (1986). Shorebirds: an identification guide to the waders of the world. Croom Helm, London. pp. 274–275.
  5. Buffon, Georges-Louis Leclerc de (1781). "Le Vanneau armé des Indes". Histoire Naturelle des Oiseaux (in French). Vol. Volume 15. Paris: De L'Imprimerie Royale. p. 101. {{cite book}}: |volume= has extra text (help)CS1 maint: unrecognized language (link)
  6. Buffon, Georges-Louis Leclerc de; Martinet, François-Nicolas; Daubenton, Edme-Louis; Daubenton, Louis-Jean-Marie (1765–1783). "Vanneau armé, de Goa". Planches Enluminées D'Histoire Naturelle. Vol. Volume 9. Paris: De L'Imprimerie Royale. Plate 807. {{cite book}}: |volume= has extra text (help)
  7. Boddaert, Pieter (1783). Table des planches enluminéez d'histoire naturelle de M. D'Aubenton : avec les denominations de M.M. de Buffon, Brisson, Edwards, Linnaeus et Latham, precedé d'une notice des principaux ouvrages zoologiques enluminés (in French). Utrecht. p. 50, Number 807.{{cite book}}: CS1 maint: unrecognized language (link)
  8. Peters, James Lee, ed. (1934). Check-list of Birds of the World. Vol. Volume 2. Cambridge, Massachusetts: Harvard University Press. p. 238. {{cite book}}: |volume= has extra text (help)
  9. Brisson, Mathurin Jacques (1760). Ornithologie, ou, Méthode contenant la division des oiseaux en ordres, sections, genres, especes & leurs variétés (in French and Latin). Vol. Volume 1. Paris: Jean-Baptiste Bauche. p. 48. {{cite book}}: |volume= has extra text (help)CS1 maint: unrecognized language (link)
  10. Brisson, Mathurin Jacques (1760). Ornithologie, ou, Méthode contenant la division des oiseaux en ordres, sections, genres, especes & leurs variétés (in French and Latin). Vol. Volume 5. Paris: Jean-Baptiste Bauche. p. 94. {{cite book}}: |volume= has extra text (help)CS1 maint: unrecognized language (link)
  11. Jobling, James A. (2010). The Helm Dictionary of Scientific Bird Names. London: Christopher Helm. pp. 204, 398. ISBN 978-1-4081-2501-4.
  12. Gill, Frank; Donsker, David, eds. (2017). "Buttonquail, plovers, seedsnipe & sandpipers". World Bird List Version 7.3. International Ornithologists' Union. Retrieved 7 November 2017.
  13. ୧୩.୦ ୧୩.୧ ୧୩.୨ ୧୩.୩ ୧୩.୪ Ali, S; S D Ripley (1980). Handbook of the birds of India and Pakistan. Vol. 2 (2nd ed.). Oxford University Press. pp. 212–215. {{cite book}}: Unknown parameter |lastauthoramp= ignored (|name-list-style= suggested) (help)
  14. ୧୪.୦ ୧୪.୧ Pamela C. Rasmussen; John C. Anderton (2005). Birds of South Asia: The Ripley Guide. Smithsonian Institution & Lynx Edicions. ISBN 84-87334-67-9. OCLC 60359701. {{cite book}}: Unknown parameter |lastauthoramp= ignored (|name-list-style= suggested) (help)
  15. ୧୫.୦ ୧୫.୧ Vyas, Rakesh (1997). "Flocking and courtship display in Redwattled Lapwing (Vanellus indicus)". Journal of the Bombay Natural History Society. 94: 406–407.
  16. Ali, Salim (1996). Book of Indian Birds, Salim Ali centenary edition. Mumbai: Bombay Natural History Society/Oxford University Press. p. 139.
  17. Mehra SP; N Singh; S Mehra (2008). "Sighting of a partially albino Red-wattled Lapwing Vanellus indicus in Udaipur, Rajasthan". Indian Birds. 4 (3): 120. {{cite journal}}: Unknown parameter |lastauthoramp= ignored (|name-list-style= suggested) (help)
  18. Saini, SS (1972). "Unexpected summer visitors in the Himalayas – Redwattled Lapwing". Newsletter for Birdwatchers. 12 (8): 5–6.
  19. Sharma, SK (1992). "Use of droppings of Indian Hare for nest making by Redwattled Lapwing". Newsletter for Birdwatchers. 32 (7&8): 19.
  20. Mundkur, Taej (1985). "Observations on the roof-nesting habit of the Redwattled Lapwing (Vanellus indicus) in Poona, Maharashtra". Journal of the Bombay Natural History Society. 82 (1): 194–196.
  21. Tehsin, Raza H; Lokhandwala, Juzer (1982). "Unusual nesting of Redwattled Lapwing (Vanellus indicus)". Journal of the Bombay Natural History Society. 79 (2): 414.
  22. Reeves, SK (1975). "Unusual nesting by Red-wattled Lapwing". Newsletter for Birdwatchers. 15 (2): 5–6.
  23. McCann, Charles (1941). "Curious nesting site of the Red-wattled Lapwing (Lobivanellus indicus indicus Bodd.)". Journal of the Bombay Natural History Society. 42 (2): 441–442.
  24. Sridhar, S; Karanth, P (1991). "Dilemma near the nest of a pair of red-wattled lapwings". Newsletter for Birdwatchers. 31 (7&8): 7–9.
  25. Rangaswami, S (1980). "Lapwing fighting off cobra". Newsletter for Birdwatchers. 20 (1): 13.
  26. Bhatnagar, RK (1978). "Interaction of a Redwattled Lapwing and a dog". Newsletter for Birdwatchers. 18 (1): 9.
  27. Bhagwat, VR (1991). "Lapwings and snake". Newsletter for Birdwatchers. 31 (5&6): 10–11.
  28. Kalsi, RS; Khera, S (1987). "Agonistic and distraction behaviour of the Redwattled Lapwing, Vanellus indicus indicus". Pavo. 25 (1&2): 43–56.
  29. Naik, RM; George, PV; Dixit, Dhruv B (1961). "Some observations on the behaviour of the incubating Redwattled Lapwing, Vanellus indicus indicus (Bodd.)". Journal of the Bombay Natural History Society. 58 (1): 223–230.
  30. Desai, JH; Malhotra, AK (1976). "A note on incubation period and reproductive success of the Redwattled Lapwing, Vanellus indicus at Delhi Zoological Park". Journal of the Bombay Natural History Society. 73 (2): 392–394.
  31. Sundararaman, V. (1989). "Belly-soaking and nest wetting behaviour of Redwattled Lapwing, Vanellus indicus (Boddaert)". Journal of the Bombay Natural History Society. 86: 242.
  32. Kalsi, R. S.; S. Khera (1990). "Growth and development of the Red-wattled Lapwing Vanellus indicus". Stilt. 17: 57–64. {{cite journal}}: Unknown parameter |lastauthoramp= ignored (|name-list-style= suggested) (help)
  33. Kalsi, RS; Khera, S (1992). "Some observations on maintenance behaviour of the Red-wattled Lapwing Vanellus indicus (Boddaert)". Journal of the Bombay Natural History Society. 89 (3): 368–372.
  34. Babi, AZ (1987). "Feeding behaviour of red-wattled lapwing". Newsletter for Birdwatchers. 27 (1–2): 15.
  35. Saxena VS (1974). "Unusual nesting by Red-wattled Lapwing". Newsletter for Birdwatchers. 14 (11): 3–5.
  36. Ganesh Tamang (2003). "An Ethnobiological Study of the Tamang People" (PDF). Our Nature. 1: 37–41.
  37. Negi, Chandra S. Negi; Veerendra S. Palyal (2007). "Traditional Uses of Animal and Animal Products in Medicine and Rituals by the Shoka Tribes of District Pithoragarh, Uttaranchal, India" (PDF). Studies on Ethno-Medicine. 1 (1): 47–54. Archived from the original (PDF) on 2012-04-30. Retrieved 2018-05-05. {{cite journal}}: Unknown parameter |lastauthoramp= ignored (|name-list-style= suggested) (help)
  38. Srinivas, K.V.; S. Subramanya (2000). "Stealing of Redwattled Lapwing Vanellus indicus (Boddaert) and Yellow-wattled Lapwing Vanellus malabaricus (Boddaert) eggs by cowherds". Journal of the Bombay Natural History Society. 97 (1): 143–144. {{cite journal}}: Unknown parameter |lastauthoramp= ignored (|name-list-style= suggested) (help)

ଅନ୍ୟ ଉତ୍ସ

[ସମ୍ପାଦନା]

ଅନ୍ୟନ୍ୟ ଲିଂକ୍

[ସମ୍ପାଦନା]