ଥାଇରଏଡ କର୍କଟ
ଥାଇରଏଡ କର୍କଟ (Thyroid cancer) | |
---|---|
ବିଭାଗ | କର୍କଟ ରୋଗ ବିଜ୍ଞାନ (Oncology) |
ଲକ୍ଷଣ | ବେକରେ (neck) ଗୋଟାଳି ଫୁଲା ଦେଖାଯାଉଛି [୧] |
ବିପଦ କାରକ | ରାଡିଏସନ (Radiation) ସଂସ୍ପର୍ଶ, ଗଏଟର (enlarged thyroid) ଓ ପାରିବାରିକ ଇତିହାସ [୧][୨] |
ରୋଗ ନିର୍ଣ୍ଣୟ ପଦ୍ଧତି | ଅଲଟ୍ରାସାଉଣ୍ଡ (Ultrasound), ଫାଇନ ନିଡଲ ଅସ୍ପିରେସନ (fine needle aspiration)[୧] |
ସଠିକ ରୋଗ ନିର୍ଣ୍ଣୟ | ଥାଇରଏଡ ନୋଡ୍ୟୁଲ (Thyroid nodule), ମେଟାସ୍ଟାସିସ (metastatic) ରୋଗ[୧][୩] |
ଚିକିତ୍ସା | ଅପରେଶନ, ରାଡିଏସନ ଥେରାପି (radiation therapy), କେମୋଥେରାପି chemotherapyଆ), ଥାଇରଏଡ ହରମୋନ (thyroid hormone), ଟାରଗେଟେଡ ଥେରାପି (targeted therapy) ଓ ଅନୁଧ୍ୟାନକାରୀ ଅପେକ୍ଷା (watchful waiting)[୧] |
Prognosis | ପାଞ୍ଚ ବର୍ଷିଆ ଆୟୁସ (Five year survival rates ୯୮% (ଯୁକ୍ତରାଷ୍ଟ୍ର ଆମେରିକା)[୪] |
ପୁନଃପୌନିକ | ୩.୨ ନିୟୁତ (୨୦୧୫)[୫] |
ମୃତ୍ୟୁ ସାନ୍ଦ୍ରତା | ୩୧,୯୦୦ (୨୦୧୫)[୬] |
ଥାଇରଏଡ କର୍କଟ (ଇଂରାଜୀ ଭାଷାରେ Thyroid cancer ଏକ ପ୍ରକାର କର୍କଟ ରୋଗ ଯାହା ଥାଇରଏଡ ଗ୍ରନ୍ଥିର (thyroid gland) ତନ୍ତୁରୁ (tissue) ଉତ୍ଥାନ ହୁଏ ।[୧] ଏହି ରୋଗରେ ଜୀବକୋଷ ଅସାଧାରଣ ଭାବରେ ବୃଦ୍ଧି ଲାଭ କରେ ଓ ଦେହର ଅନ୍ୟ ସ୍ଥାନକୁ ବିସ୍ତାର (spread to other parts of the body|) ଲାଭ କରିବା କ୍ଷମତା ରଖେ ।[୭][୮] ଏହି ରୋଗ ହେଲେ ବେକର (neck) ସାମନା ଭାଗରେ ଏକ ଗୋଲାକାର ଫୁଲା ଦେଖାଯାଏ ।[୧] ଅନ୍ୟ ସ୍ଥାନର କର୍କଟ ରୋଗ ବିସ୍ତାରିତ ହୋଇ ଥାଇରଏଡରେ ହେଲେ ତାହାକୁ ଥାଇରଏଡ କର୍କଟରେ ବର୍ଗୀକରଣ କରାଯାଏ ନାହିଁ ।[୩]
ଅଳ୍ପ ବୟସରେ ରାଡିଏସନ (Radiation) ସଂସ୍ପର୍ଶ, ଗଳାରେ ଗଏଟର ଓ ପାରିବାରିକ ଇତିହାସ ଥିଲେ ଏହି ରୋଗ ସମ୍ଭାବନା ଅଧିକ ରହେ ।[୧][୨] ଚାରି ପ୍ରକାର ଥାଇରଏଡ କର୍କଟ ଦେଖାଯାଏ ଯଥା:- ପାପିଲାରି ଥାଇରଏଡ କର୍କଟ (papillary thyroid cancer), ଫଲିକୁଲାର ଥାଇରଏଡ କର୍କଟ (follicular thyroid cancer), ମେଡୁଲାରି ଥାଇରଏଡ କର୍କଟ (medullary thyroid cancer) ଓ ଆନାପ୍ଲାସ୍ଟିକ ଥାଇରଏଡ କର୍କଟ (anaplastic thyroid cancer) ।[୩] ଅଲଟ୍ରାସାଉଣ୍ଡ (Ultrasound), ଫାଇନ ନିଡଲ ଅସ୍ପିରେସନ (fine needle aspiration) ସାହାଯ୍ୟରେ ରୋଗ ନିର୍ଣ୍ଣୟ କରାଯାଏ ।[୧] ସନ ୨୦୧୭ ସୁଦ୍ଧା କୌଣସି ଲକ୍ଷଣ ନଥିଲେ ଓ ସାଧାରଣ ସଙ୍କଟ ଥିଲେ ସ୍କ୍ରିନିଙ୍ଗ କରିବାକୁ ଉପଦେଶ ଦିଆଯାଏ ନାହିଁ ।[୯]
ଅପରେଶନ, ରାଡିଏସନ ଥେରାପି (radiation therapy), କେମୋଥେରାପି chemotherapyଆ), ଥାଇରଏଡ ହରମୋନ (thyroid hormone), ଟାରଗେଟେଡ ଥେରାପି (targeted therapy) ଓ ଅନୁଧ୍ୟାନକାରୀ ଅପେକ୍ଷା watchful waiting) ସାହାଯ୍ୟରେ ଏହି ରୋଗର ଚିକିତ୍ସା କରାଯାଏ ।[୩] ଯୁକ୍ତରାଷ୍ଟ୍ର ଆମେରିକାରେ ଏହି ରୋଗରେ ପାଞ୍ଚ ବର୍ଷିଆ ଆୟୁସ (Five year survival rates) ପ୍ରାୟ ୯୮% । [୪]
ସନ ୨୦୧୫ରେ ପୃଥିବୀରେ ପ୍ରାୟ ୩.୨ ନିୟୁତ ଲୋକ ଏହି ରୋଗର ଶିକାର ହୋଇଛନ୍ତି । [୫] ସନ ୨୦୧୨ରେ ୨୯୮,୦୦୦ ନୂଆ ରୋଗୀ ଚିହ୍ନଟ ହୋଇଥିଲେ । [୧୦] ସାଧାରଣତଃ ୩୫ରୁ ୬୫ ବର୍ଷ ବୟସ ମଧ୍ୟରେ ଏହି ରୋଗ ଆକ୍ରମଣ କରେ ।[୪] ମହିଳାମାନେ ପୁରୁଷଙ୍କ ଅପେକ୍ଷା ଅଧିକ ଶିକାର ହୁଅନ୍ତି ।[୪] ଏସିଆ ମହାଦେଶର (Asian) ଲୋକଙ୍କୁ ଏ ରୋଗ ଅଧିକ ହୁଏ । [୩] ଚିହ୍ନଟ କରିବାର ଉନ୍ନତ ପଦ୍ଧତି ଯୋଗୁ ବିଗର କିଛି ଦଶନ୍ଧିରେ ଏହି ରୋଗ ହାର ବଢ଼ିଛି । [୧୦] ସନ ୨୦୧୫ରେ ଏହି ରୋଗରେ ୩୧,୯୦୦ ଲୋକ ମୃତ୍ୟୁ ମୁଖରେ ପତିତ ହୋଇଥିଲେ । [୬]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Thyroid Cancer Treatment". National Cancer Institute (in ଇଂରାଜୀ). 27 ଅପ୍ରେଲ 2017. Archived from the original on 15 ଜୁଲାଇ 2017. Retrieved 18 ଜୁଲାଇ 2017.
- ↑ ୨.୦ ୨.୧ Carling, T.; Udelsman, R. (2014). "Thyroid Cancer". Annual Review of Medicine. 65: 125–37. doi:10.1146/annurev-med-061512-105739. PMID 24274180.
- ↑ ୩.୦ ୩.୧ ୩.୨ ୩.୩ ୩.୪ "Thyroid Cancer Treatment". National Cancer Institute (in ଇଂରାଜୀ). 12 ମଇ 2017. Archived from the original on 16 ଜୁଲାଇ 2017. Retrieved 18 ଜୁଲାଇ 2017.
- ↑ ୪.୦ ୪.୧ ୪.୨ ୪.୩ "Cancer of the Thyroid - Cancer Stat Facts". seer.cancer.gov (in ଇଂରାଜୀ). Archived from the original on 15 ଜୁଲାଇ 2017. Retrieved 18 ଜୁଲାଇ 2017.
- ↑ ୫.୦ ୫.୧ GBD 2015 Disease and Injury Incidence and Prevalence, Collaborators. (8 October 2016). "Global, regional, and national incidence, prevalence, and years lived with disability for 310 diseases and injuries, 1990-2015: a systematic analysis for the Global Burden of Disease Study 2015". Lancet. 388 (10053): 1545–1602. doi:10.1016/S0140-6736(16)31678-6. PMC 5055577. PMID 27733282.
{{cite journal}}
:|first1=
has generic name (help)CS1 maint: numeric names: authors list (link) - ↑ ୬.୦ ୬.୧ GBD 2015 Mortality and Causes of Death, Collaborators. (8 October 2016). "Global, regional, and national life expectancy, all-cause mortality, and cause-specific mortality for 249 causes of death, 1980-2015: a systematic analysis for the Global Burden of Disease Study 2015". Lancet. 388 (10053): 1459–1544. doi:10.1016/s0140-6736(16)31012-1. PMC 5388903. PMID 27733281.
{{cite journal}}
:|first1=
has generic name (help)CS1 maint: numeric names: authors list (link) - ↑ "Cancer Fact sheet N°297". World Health Organization. ଫେବୃଆରୀ 2014. Archived from the original on 29 ଡିସେମ୍ବର 2010. Retrieved 10 ଜୁନ 2014.
- ↑ "Defining Cancer". National Cancer Institute. Archived from the original on 25 ଜୁନ 2014. Retrieved 10 ଜୁନ 2014.
- ↑ US Preventive Services Task, Force.; Bibbins-Domingo, K; Grossman, DC; Curry, SJ; Barry, MJ; Davidson, KW; Doubeni, CA; Epling JW, Jr; Kemper, AR; Krist, AH; Kurth, AE; Landefeld, CS; Mangione, CM; Phipps, MG; Silverstein, M; Simon, MA; Siu, AL; Tseng, CW (9 May 2017). "Screening for Thyroid Cancer: US Preventive Services Task Force Recommendation Statement". JAMA. 317 (18): 1882–1887. doi:10.1001/jama.2017.4011. PMID 28492905.
- ↑ ୧୦.୦ ୧୦.୧ World Cancer Report 2014. World Health Organization. 2014. pp. Chapter 5.15. ISBN 9283204298.
ବାହ୍ୟ ଲିଙ୍କ
[ସମ୍ପାଦନା]ଶ୍ରେଣୀବିଭାଗ | |
---|---|
ବାହାର ଉତ୍ସ |
- ଥାଇରଏଡ କର୍କଟ at Curlie
- Cancer Management Handbook: Thyroid and Parathyroid Cancers Archived 2017-05-17 at the Wayback Machine.
- Management Guidelines for Patients with Thyroid Nodules and Differentiated Thyroid Cancer The American Thyroid Association Guidelines Taskforce (2015).
- Thyroid cancer statistics from Cancer Research UK