ଭାରିଆଣ୍ଟ କ୍ରୁଜଫେଲ୍ଟ-ଜାକୋବ ଡିଜିଜ
ଭାରିଆଣ୍ଟ କ୍ରୁଜଫେଲ୍ଟ-ଜାକୋବ ଡିଜିଜ (Variant Creutzfeldt–Jakob disease) | |
---|---|
New variant Creutzfeldt–Jakob disease (nvCJD) | |
ବିଭାଗ | ସ୍ନାୟୁରୋଗ ବିଜ୍ଞାନ (Neurology) |
ଲକ୍ଷଣ | ମାନସିକ ସମସ୍ୟା (Psychiatric problems), ବ୍ୟବହାରିକ ପରିବର୍ତ୍ତନ, ଯନ୍ତ୍ରଣାଦାୟକ ସମ୍ବେଦନ[୧] |
ଆକ୍ରାନ୍ତ ସମୟ | ୩୦ ବର୍ଷ ବୟସରୁ କମ୍ [୨] |
କାରଣ | ବୋଭାଇନ ସ୍ପୋଞ୍ଜିଫର୍ମ ଏନକେଫାଓପାଥି ରୋଗଗ୍ରସ୍ତ ଗୋମାଂସ ଖାଇଲେ (bovine spongiform encephalopathy)[୨][୩] |
ରୋଗ ନିର୍ଣ୍ଣୟ ପଦ୍ଧତି | ମସ୍ତିଷ୍କ ବାୟୋପ୍ସି (Brain biopsy)[୨] |
ଚିକିତ୍ସା | ସହାୟକ ଯତ୍ନ (Supportive care)[୪] |
Prognosis | ~୧୩ ମାସ ଆୟୁଷ (life expectancy)[୧] |
ପୁନଃପୌନିକ | ସନ ୨୦୧୨ରେ ୨୫୦ରୁ କମ ରୋଗୀର ରିପୋର୍ଟ [୫] |
ଭାରିଆଣ୍ଟ କ୍ରୁଜଫେଲ୍ଟ-ଜାକୋବ ଡିଜିଜ (ଇଂରାଜୀ ଭାଷାରେ Variant Creutzfeldt–Jakob disease/ vCJD) ଏକ ପ୍ରକାର ମସ୍ତିଷ୍କ ବେମାରୀ (brain disease) ଯାହା ଟ୍ରାନ୍ସମିସିବ୍ଲ ସ୍ପୋଞ୍ଜିଫର୍ମ ଏନକେଫାଲୋପାଥି (transmissible spongiform encephalopathy) ପରିବାରର ରୋଗ ।[୫] ଏ ରୋଗରେ ସାଧାରଣତଃ ମାନସିକ ସମସ୍ୟା (Psychiatric problems), ବ୍ୟବହାରିକ ପରିବର୍ତ୍ତନ, ଯନ୍ତ୍ରଣାଦାୟକ ସମ୍ବେଦନ ଇତ୍ୟାଦି ଲକ୍ଷଣମାନ ଦେଖାଯାଆନ୍ତି ।[୧] ସଂସ୍ପର୍ଷ ଓ ଲକ୍ଷଣ ଆରମ୍ଭର ସମୟ ସଠିକ ଭାବରେ ସ୍ପଷ୍ଟ ହୋଇନଥିଲେ ମଧ୍ୟ ବର୍ଷ ବର୍ଷ ଲାଗିପାରେ ।[୨] ଲକ୍ଷଣ ପ୍ରକାଶ ପାଇବା ପରେ ୧୩ ମାସ ଆୟୁଷ (life expectancy) ରହିପାରେ ।[୧]
ପ୍ରିଅନ (prions), ଏକ ମିସଫୋଲ୍ଡେଡ ପ୍ରୋଟିନ ଯୋଗୁ ଏହି ରୋଗ ହୁଏ ।[୬] ବୋଭାଇନ ସ୍ପୋଞ୍ଜିଫର୍ମ ଏନକେଫାଓପାଥି ରୋଗଗ୍ରସ୍ତ ଗୋମାଂସ ଖାଇବା (bovine spongiform encephalopathy) ଯୋଗୁ ରୋଗ ବ୍ୟାପିଥାଏ ।[୫][୬] ଏକ ନିର୍ଦ୍ଦିଷ୍ଟ ଜେନେଟିକ ସମ୍ବେଦନଶୀଳତା (genetic susceptibility) ଯୋଗୁ ଏ ରୋଗ ହେଉଥିବା ବିଶ୍ୱାସ କରାଯାଏ ।[୩][୫] ପ୍ରଦୂଷିତ ଅପରେଶନ ଉପକରଣ ବା ରକ୍ତ ଉପଜ ଯୋଗୁ ମଧ୍ୟ ବ୍ୟାପେ ।[୭] କେତେକ ମାନଦଣ୍ଡ ଅନୁସାରେ ସନ୍ଦେହ କରାଯିବା ପରେ ରୋଗ ନିର୍ଣ୍ଣୟ କରାଯାଏ ।[୨] କ୍ରୁଜଫେଲ୍ଟ-ଜାକୋବ ଡିଜିଜ ରୋଗଠାରୁ ଏହା ଏକ ପୃଥକ୍ ରୋଗ ଯଦିଓ ଉଭୟ ରୋଗ ପ୍ରିଅନ ପ୍ରୋଟିନ ଯୋଗୁ ହୁଏ ।[୬]
ସହାୟକ ଯତ୍ନ (Supportive care) ଚିକିତ୍ସା କରାଯାଏ ।[୪] ସନ ୨୦୧୨ ସୁଦ୍ଧା ସଂଯୁକ୍ତ ରାଷ୍ଟ୍ରରେ ୧୭୦ ରୋଗୀ ଚିହ୍ନଟ ହୋଇଥିଲେ ଓ ପୃଥିବୀର ଅନ୍ୟ ସ୍ଥାନରେ ୫୦ଟି କେଶ୍ ଚିହ୍ନଟ ହୋଇଥିଲା ।[୫] ସନ ୨୦୦୦ ପରଠାରୁ ଏ ରୋଗ କମିଯାଇଛି । [୫] ୩୦ ବର୍ଷରୁ କମ୍ ବୟସ୍କ ଲୋକଙ୍କୁ ଏ ରୋଗ ହୁଏ । [୨] ସନ ୧୯୯୬ରେ ଏଡିନବର୍ଗ, ସ୍କଟଲ୍ୟାଣ୍ଡରେ (Edinburgh) ପ୍ରଥମେ ଚିହ୍ନଟ ହୋଇଥିଲା ।[୫]
ଏହା ମଧ୍ୟ ଦେଖନ୍ତୁ
[ସମ୍ପାଦନା]- Jonathan Simms person who died from vCJD
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ "Clinical and Pathologic Characteristics | Variant Creutzfeldt-Jakob Disease, Classic (CJD)". CDC (in ଆମେରିକୀୟ ଇଂରାଜୀ). 10 February 2015. Retrieved 22 January 2018.
- ↑ ୨.୦ ୨.୧ ୨.୨ ୨.୩ ୨.୪ ୨.୫ "Classic CJD versus Variant CJD". CDC (in ଆମେରିକୀୟ ଇଂରାଜୀ). 11 February 2015. Retrieved 23 January 2018.
- ↑ ୩.୦ ୩.୧ Ironside, JW (Jul 2010). "Variant Creutzfeldt–Jakob disease". Haemophilia. 16 Suppl 5: 175–80. doi:10.1111/j.1365-2516.2010.02317.x. PMID 20590878.
- ↑ ୪.୦ ୪.୧ "Treatment Variant Creutzfeldt-Jakob Disease". CDC (in ଆମେରିକୀୟ ଇଂରାଜୀ). 10 February 2015. Retrieved 23 January 2018.
- ↑ ୫.୦ ୫.୧ ୫.୨ ୫.୩ ୫.୪ ୫.୫ ୫.୬ Ironside, JW (2012). "Variant Creutzfeldt–Jakob disease: an update". Folia Neuropathologica. 50 (1): 50–6. PMID 22505363.
- ↑ ୬.୦ ୬.୧ ୬.୨ "About vCJD". CDC (in ଆମେରିକୀୟ ଇଂରାଜୀ). 10 February 2015. Retrieved 22 January 2018.
- ↑ Ferri, Fred F. (2017). Ferri's Clinical Advisor 2018 E-Book: 5 Books in 1 (in ଇଂରାଜୀ). Elsevier Health Sciences. p. 343. ISBN 9780323529570.