ମେନିଙ୍ଗୋକୋକାଲ ଟିକା
Vaccine description | |
---|---|
Target disease | ନାଇସେରିଆ ମେନିଞ୍ଜାଇଟିଡିସ୍ |
Type | ? |
Clinical data | |
Trade names | Menactra, Menomune, MenAfriVac, Other |
AHFS/Drugs.com | monograph |
MedlinePlus | a607020 |
Pregnancy category |
|
Routes of administration | Intramuscular (conjugate), Subcutaneous (polysaccharide) |
ATC code | |
Legal status | |
Legal status |
|
Identifiers | |
ChemSpider |
|
(what is this?) (verify) |
ମେନିଙ୍ଗୋକୋକାଲ ଟିକା ଯେ କୌଣସି ଟିକାକୁ ବୁଝାଏ ଯାହା ନାଇସେରିଆ ମେନିଞ୍ଜାଇଟିଡିସ୍ ସଂକ୍ରମଣକୁ ପ୍ରତିରୋଧ କରେ । [୧] ଟିକାର ବିଭିନ୍ନ ସଂସ୍କରଣ ମିଳୁଛି ଯାହା କେତେକ ବା ସମସ୍ତ ମେନିଙ୍ଗୋକୋକସ୍ ଏ, ସି, ଡବ୍ଲ୍ୟୁ ଓ ୱାଇ ବିରୁଦ୍ଧରେ କାର୍ଯ୍ୟକ୍ଷମ ହୁଏ । ଏହି ଟିକା ଗୁଡ଼ିକ ୮୫ରୁ ୧୦୦% କାର୍ଯ୍ୟକ୍ଷମ ହୁଅନ୍ତି । [୧] ଏହି ଟିକା ବହୁଳ ଭାବରେ ଦେଲେ ମେନିଞ୍ଜାଇଟିସ୍ ଓ ସେପ୍ସିସ୍ ରୋଗୀ ସଂଖ୍ୟା କମିଯାଏ । [୨][୩] ଏହି ଟିକା ମାଂସପେଶୀରେ ବା ଚର୍ମତଳେ ଦିଆଯାଏ ।[୧]
ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ନିର୍ଦ୍ଦେଶ ଦେଉଛି ଯେ ଯେଉଁଠାରେ ମଧ୍ୟମ ବା ଅତ୍ୟଧିକ ରୋଗ ହେଉଛି ବା ବାରମ୍ବାର ପ୍ରକୋପ ହେଉଛି ସେଠାରେ ରୁଟିନ ଟିକାକରଣ ଆବଶ୍ୟକ ।[୧][୪] ସ୍ୱଳ୍ପ ସଙ୍କଟାପନ୍ନ ଦେଶମାନଙ୍କରେ କେବଳ ଅଧିକ ସଂକଟ ଥିବା ଜାଗାରେ ଟିକା ଦେବା ଉଚିତ ।[୧] ଆଫ୍ରିକା ମେନିଞ୍ଜାଇଟିସ ବେଲ୍ଟରେ ୧ରୁ ୩୦ ବର୍ଷ ବୟସ୍କ ସମସ୍ତ ଲୋକଙ୍କୁ ମେନିଙ୍ଗୋକୋକାଲ ଏ କଞ୍ଜୁଗେଟ ଟିକା ଦେବାକୁ ଚେଷ୍ଟା କରା [୪] କାନାଡ଼ା ଓ ଆମେରିକାରେ ସବୁ କିଶୋର ବୟସର ଲୋକଙ୍କୁ ଓ ଉଚ୍ଚ ସଙ୍କଟାପନ୍ନ ଲୋକଙ୍କୁ ରୁଟିନ ଭାବରେ ସମସ୍ତ ୪ ପ୍ରକାର ଟିକା ଦିଆଯାଉଛି ।[୧] ମକ୍କାକୁ ଯାଇ ହଜ କରିବାକୁ ଯାଉଥିବା ଲୋକଙ୍କୁ ଏହି ଟିକା ଦେବା ଆବଶ୍ୟକ । [୧]
ଏହି ଟିକା ସାଧାରଣତଃ ନିରାପଦ । କେତେକ ଲୋକଙ୍କର ଟିକା ନେବା ସ୍ଥାନ ଫୁଲିଯାଏ ଓ ଲାଲ ଦେଖାଯାଏ ।[୧] ଗର୍ଭାବସ୍ଥାରେ ମଧ୍ୟ ଏହାର ବ୍ୟବହାର ବିପଦମୁକ୍ତ ଜଣାଯାଏ ।[୪] ନିୟୁତ ଲୋକରେ ଜଣକର ଅତ୍ୟଧିକ ଆଲର୍ଜି ହୁଏ । [୧]
ପ୍ରଥମ ମେନିଙ୍ଗୋକୋକାଲ ଟିକା ସନ ୧୯୭୦ରେ ମିଳିଲା ।[୫]ଏହାର ନାମ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଅତ୍ୟାବଶ୍ୟକୀୟ ଔଷଧ ଚିଠାରେ ଅଛି ଯାହା ମୌଳିକ ସ୍ୱାସ୍ଥ୍ୟ ସିସ୍ଟମ ନିମନ୍ତେ ଅତି ମହତ୍ତ୍ୱପୂର୍ଣ୍ଣ ।[୬] ଏହାର ଡୋଜ ପିଛା ହୋଲସେଲ ମୂଲ୍ୟ ସନ ୨୦୧୪ରେ ୩.୨୩ରୁ ୧୦.୭୭ ଆମେରିକୀୟ ଡଲାର ।[୭] ଆମେରିକାରେ ଏହାର ମୂଲ୍ୟ ଗୋଟେ କୋର୍ସ ପିଛା ୧୦୦ରୁ ୨୦୦ ଡଲାର ।[୮]
ଆଧାର
[ସମ୍ପାଦନା]- ↑ ୧.୦ ୧.୧ ୧.୨ ୧.୩ ୧.୪ ୧.୫ ୧.୬ ୧.୭ ୧.୮ "Meningococcal vaccines: WHO position paper" (PDF). Weekly epidemiological record. 47 (86): 521-540. Nov 2011. PMID 22128384.
- ↑ Patel, M; Lee, CK (25 January 2005). "Polysaccharide vaccines for preventing serogroup A meningococcal meningitis". The Cochrane database of systematic reviews (1): CD001093. PMID 15674874.
- ↑ Conterno, LO; Silva Filho, CR; Rüggeberg, JU; Heath, PT (19 July 2006). "Conjugate vaccines for preventing meningococcal C meningitis and septicaemia". The Cochrane database of systematic reviews (3): CD001834. PMID 16855979.
- ↑ ୪.୦ ୪.୧ ୪.୨ "Meningococcal A conjugate vaccine: updated guidance, February 2015" (PDF). Weekly epidemiological record. 8 (90): 57-68. 20 Feb 2015. PMID 25702330.
- ↑ Barrett, Alan D.T. (2015). Vaccinology : an essential guide. p. 168. ISBN 9780470656167.
- ↑ "WHO Model List of EssentialMedicines" (PDF). World Health Organization. October 2013. Retrieved 22 April 2014.
- ↑ "Vaccine, Meningococcal". International Drug Price Indicator Guide. Archived from the original on 10 May 2017. Retrieved 6 December 2015.
- ↑ Hamilton, Richart (2015). Tarascon Pocket Pharmacopoeia 2015 Deluxe Lab-Coat Edition. Jones & Bartlett Learning. p. 315. ISBN 9781284057560.