ସବିତା ପୁନିଆ
ସବିତା ପୁନିଆ (ଜନ୍ମ ୧୧ ଜୁଲାଇ ୧୯୯୦) ଜଣେ ଭାରତୀୟ ଫିଲ୍ଡ ହକି ଖେଳାଳି ଏବଂ ସେ ଭାରତୀୟ ଜାତୀୟ ଫିଲ୍ଡ ହକି ଦଳର ସଦସ୍ୟା ଅଟନ୍ତି । ସେ ହରିୟାଣାରୁ ଏବଂ ଗୋଲକିପର ଭାବରେ ଖେଳନ୍ତି ।
ପ୍ରାରମ୍ଭିକ ଜୀବନ
[ସମ୍ପାଦନା]ପୁନିଆ ୧୯୯୦ ଜୁଲାଇ ୧୧ରେ ହରିୟାଣାର ସିରସା ଜିଲ୍ଲାର ଜୋଡକାନ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଉଚ୍ଚତର ବିଦ୍ୟାଳୟ ଶିକ୍ଷା ପାଇଁ ତାଙ୍କୁ ସଦର ମହକୁମାକୁ ପଠାଯାଇଥିଲା । ସେ କ୍ରୀଡ଼ା ଏକାଡେମୀରେ ନାମ ଲେଖାଇଥିଲେ । ତାଙ୍କୁ ତାଙ୍କ ଜେଜେବାପା ମହୀନ୍ଦର ସିଂ ହକି ଶିଖିବା ପାଇଁ ଉତ୍ସାହିତ କରିଥିଲେ । ସେ ହିସାରସ୍ଥିତ ସ୍ପୋର୍ଟସ୍ ଅଥରିଟି ଅଫ୍ ଇଣ୍ଡିଆ (ଏସଏଆଇ) କେନ୍ଦ୍ରରେ ଯୋଗ ଦେଇଥିଲେ ।[୧] ତାଙ୍କର ପ୍ରାରମ୍ଭିକ ବର୍ଷରେ ସୁନ୍ଦର ସିଂ ଖରାବ ତାଙ୍କୁ ତାଲିମ ଦେଇଥିଲେ ।[୨] ସେ ପ୍ରଥମେ ଖେଳ ପ୍ରତି ଅଧିକ ଆଗ୍ରହୀ ନଥିଲେ । ପରେ ତାଙ୍କ ପିତା ତାଙ୍କ କିଟ୍ରେ କୋଡ଼ିଏ ହଜାର ଟଙ୍କା ଖର୍ଚ୍ଚ କରିବା ପରେ ସେ ଖେଳ ବାବଦରେ ଗମ୍ଭୀର ହୋଇଥିଲେ । ୨୦୦୭ରେ ପୁନିଆଙ୍କୁ ଲକ୍ଷ୍ନୌରେ ଏକ ପ୍ରଥମ ଜାତୀୟ ଶିବିର ପାଇଁ ବଛାଯାଇଥିଲା । ସେ ସେଠାରେ ଜଣେ ଶୀର୍ଷରେ ଥିବା ଗୋଲକିପରଙ୍କ ସହ ତାଲିମ ନେଇଥିଲେ ।[୩]
ଆଧାର
[ସମ୍ପାଦନା]- ↑ Sen, Debayan (19 July 2018). "Savita Punia fulfills grandfather's dream to become world's best". ESPN. Retrieved 22 July 2018.
- ↑ "Savita Punia: 10 things to know about India's female hockey goalkeeper at Rio Olympics 2016". 14 July 2016. Retrieved 13 May 2017.
- ↑ "Savita Punia fulfills grandfather's dream to become world's best". ESPN (in ଇଂରାଜୀ). Retrieved 28 July 2018.