ସମୁଦ୍ରଗୁପ୍ତ
ସମୁଦ୍ରଗୁପ୍ତ | |
---|---|
ଗୁପ୍ତ ସମ୍ରାଟ | |
ଶାସନ କାଳ | c. 335–c. 375 CE |
ସମ୍ପୂର୍ଣ୍ଣ ନାମ | Samudragupta Asokaditya Priyadashin |
ଆଖ୍ୟା | Vikramank, Kaviraaj, Ashwamedhkarta,Napoleon of India |
ପୂର୍ବାଧିକାରୀ | ଚନ୍ଦ୍ରଗୁପ୍ତ |
ଉତ୍ତରାଧିକାରୀ | ରାମଗୁପ୍ତ |
ରାଣୀ | ଦତ୍ତଦେବୀ |
ରାଜବଂଶ | ଗୁପ୍ତ ରାଜବଂଶ |
ପିତା | ଚନ୍ଦ୍ରଗୁପ୍ତ ବିଜୟାଗୁପ୍ତ |
ଧର୍ମ | ହିନ୍ଦୁ |
ସମୁଦ୍ରଗୁପ୍ତ, ଗୁପ୍ତବଂଶର ଜଣେ ଶାସକ ଥିଲେ । କୁଶାଣ ବଂଶର ପତନପରେ ଉତ୍ତର ଭାରତ ତ୍ରମଶଃ ଅନେକ କ୍ଷୁଦ୍ର ସ୍ୱାଧୀନ ରାଜ୍ୟରେ ବିଭକ୍ତ ହେବାପରେ ଭାରତର ରାଜନୈତିକ ଏକତା ଓ ସଂହିତା ବ୍ୟାହତ ହୋଇଥିଲା । କିନ୍ତୁ ଖ୍ରୀଷ୍ଟୀୟ ଚତୁର୍ଥ ଶତାବ୍ଦୀର ପ୍ରାରମ୍ଭରେ ଗୁପ୍ତ୍ରବଂଶର ଅଭ୍ୟୁଦୟ ଫଳରେ ଭାରତରେ ଶାନ୍ତି ଶୃଙ୍ଖଳା ତଥା ରାଜନୈତିକ ଏକତା ପୁନଃପ୍ରତିଷ୍ଠିତ ହୋଇଥିଲା । ସମ୍ଭବତଃ ୩୩୫ ଖ୍ରୀଷ୍ଟାବ୍ଦରେ ପ୍ରଥମ ଚନ୍ଦ୍ରଗୁପ୍ତଙ୍କ ପୁତ୍ର ସମୁଦ୍ରଗୁପ୍ତ ସିଂହାସନ ଆରୋହଣ କରିଥିଲେ । ଆଲାହାବାଦ ସ୍ତମ୍ଭଲେଖରୁ ତାଙ୍କର ରାଜତ୍ୱ ବିଶେଷତଃ ଦିଗବିଜୟ ସମ୍ଭନ୍ଧରେ ବହୁ ତଥ୍ୟ ଜଣାଯାଏ । ସମୁଦ୍ରଗୁପ୍ତଙ୍କ ରାଜସଭାର ବିଶିଷ୍ଟ କବି ତଥା ସନ୍ଧିବିଗ୍ରହିକ ( ପ୍ରତିରକ୍ଷା ମନ୍ତ୍ରୀ) ହରିସେଣଙ୍କଦ୍ୱାରା ଏହି ସ୍ତମ୍ଭଲେଖର ପ୍ରଶସ୍ତି ରଚିତ ହୋଇଥିଲା । [୧]
ସାମ୍ରାଜ୍ୟ ବିସ୍ତାର
[ସମ୍ପାଦନା]ଜଣେ ଦିଗବିଜୟୀ ବୀର ରୂପେ ସମୁଦ୍ରଗୁପ୍ତ ଅସାଧାରଣ ପ୍ରତିଭାର ପରିଚୟ ଦେଇଥିଲେ । ସେ ଆର୍ଯ୍ୟାବର୍ତ୍ତର (ଉତ୍ତର ଭାରତ) ରୁଦ୍ରଦେବ, ନାଗଦତ୍ତ,ଗଣପତିନାଗ ପ୍ରଭୃତି ନଅ ଜଣ ଶାସକଙ୍କୁ ପରାସ୍ତକରି ନରୱ୍ଆର, ବେଶନଗର,ପଦ୍ମାବତୀ,ଗ୍ୱାଲିୟର ଆଦି ରାଜ୍ୟ ଅଧୀକାର କରିଥିଲେ ।
ସମୁଦ୍ରଗୁପ୍ତ ଦାକ୍ଷିଣାତ୍ୟର ୧୨ ଜଣ୍ ଶାସକଙ୍କୁ ପରାସ୍ତ କରିଥିଲେ । ଏହା ଫଳରେ ଗୁପ୍ତ ସାମ୍ରାଜ୍ୟ ଏକ ବିଶାଳ ସାମ୍ରାଜ୍ୟରେ ପରିଣତ ହୋଇଥିଲା । କିନ୍ତୁ ଏପରି ଏକ ବିଶାଳ ସମ୍ରାଜ୍ୟର ଶାସନ ସେ ଯୁଗରେ ଶୃଙ୍ଖଳାର ସହିତ ପରିଚାଳନା କରିବା ସମ୍ବବପର ହେବନାହିଁ ବୋଲି ସମୁଦ୍ରଗୁପ୍ତ ଉପଲବ୍ଧ କରିଥିଲେ । ତେଣୁ ସେ ମହାନଦୀ ଓ ନର୍ମଦା ନଦୀର ଦକ୍ଷିଣରେ ଥିବା ବିଜିତ ରାଜ୍ୟଗୁଡ଼ିକ ସେମାନଙ୍କର ଶାସକମାନଙ୍କୁ ଫେରାଇଦେଇଥିଲେ । ଏହି ବିଜିତ ରାଜାମାନେ ବିଖ୍ୟାତ ସମ୍ରାଟ ସମୁଦ୍ରଗୁପ୍ତଙ୍କର କରଦରାଜା ରୂପେ ରାଜ୍ୟଶାସନ କରିବାକୁ ଲାଗିଲେ । ଏହିପରି ଦାକ୍ଷିଣାତ୍ୟର ସମସ୍ୟା ସମାଧାନ କରିଥିବାରୁ ସମୁଦ୍ରଗୁପ୍ତ ଜଣେ ବିଚକ୍ଷଣ ରାଜନୈତିଜ୍ଞ ଥିଲେ ବୋଲି ଅନୁମାନ କରାଯାଏ । କାମରୂପ, ନେପାଳ ପ୍ରଭୃତି କେତେକ ସୀମାନ୍ତ ରାଜ୍ୟ ଏବଂ ପଶ୍ଚିମ ଭାରତରେ ଅବସ୍ଥିତ ମାଳବ, ଯୌଧେୟ ଆଦି ନଅ ଗୋଟି ଗଣତାନ୍ତ୍ରିକ ରାଜ୍ୟ ସମୁଦ୍ରଗୁପ୍ତଙ୍କ ବଶତା ସ୍ୱୀକାର କରିଥିଲା । ଉତ୍ତର-ପଶ୍ଚିମରେ ରାଜତ୍ୱ କରୁଥିବା କୁଶାଣ, ଶକ ପ୍ରଭୃତି ଜାତିମନେ ମଧ୍ୟ ତାଙ୍କ ପ୍ରତି ଆନୁଗତ୍ୟ ପ୍ରକାସ କରିଥିଲେ । ସିଂହଳର ମେଘବର୍ଣ୍ଣ ତାଙ୍କ ସହିତ କୂଟନୃତିକ ସମ୍ପର୍କ ସ୍ଥାପନ କରିଥିଲେ । [୨]
ସମୁଦ୍ରଗୁପ୍ତଙ୍କ ପ୍ରତିଭା
[ସମ୍ପାଦନା]ଜଣେ ସାମ୍ରାଜ୍ୟବାଦୀ ରୂପେ ନିଜର ସର୍ବଭୌମ୍ୟ କ୍ଷମତାର ଯଥାର୍ଥତା ପ୍ରତିପାଦନ କରିବା ନିମନ୍ତେ ଚନ୍ଦ୍ରଗୁପ୍ତ ଅଶ୍ୱମେଧ ଯଜ୍ଞ ସମ୍ପାଦନ କରି ଅଶ୍ୱମେଧ-ପରାକ୍ରମ ଉପାଧୀରେ ଭୂଷିତ ହୋଇଥିଲେ । ଏହାର ସ୍ମାରକୀ ରୂପେ ସେ ଅଶ୍ୱ-ଚିହ୍ନିତ ମୁଦ୍ରା ପ୍ରଚଳନ କରିଥିଲେ । ଆଉ କେତେକ ମୁଦ୍ରାରେ ସେ ବିଣା ବାଦନ କରୁଥିବାର ଦୃଶ୍ୟ ଦେଖାଯାଏ । ଏଥିରୁ ସମୁଦ୍ରଗୁପ୍ତ ଜଣେ ସଙ୍ଗୀତଜ୍ଞ ଥିବାର ଜଣାଯାଏ । ବ୍ରାହ୍ମଣ୍ୟ ଧର୍ମର ପୃଷ୍ଠପୋଷକ ଥିଲେ ମଧ୍ୟ ସେ ଅନ୍ୟାନ୍ୟ ଧର୍ମ ପ୍ରତି ଉଦାର ଥିଲେ । ସମୁଦ୍ରଗୁପ୍ତ ସିଂହଳର ରାଜା ମେଘବର୍ଣ୍ଣଙ୍କୁ ବୋଧଗୟାଠାରେ ଏକ ବୌଦ୍ଧ ବିହାର କରିବାକୁ ଅନୁମତି ଦେଇଥିଲେ । ଏଥିରୁ ତାଙ୍କର ଧର୍ମ-ସହିଷ୍ଣୁତାର ପ୍ରମାଣ ମିଳେ । [୩]
ଆଧାର
[ସମ୍ପାଦନା]- ↑ "ଆର୍କାଇଭ୍ କପି". Archived from the original on 2013-06-02. Retrieved 2013-02-25.
{{cite web}}
: Cite has empty unknown parameter:|1=
(help) - ↑ Upinder Singh (1 September 2008). A History of Ancient and Early Medieval India: From the Stone Age to the 12th Century. Pearson Education India. pp. 477–. ISBN 978-81-317-1120-0. Retrieved 25 February 2013.
- ↑ http://en.wikipedia.org/wiki/Samudragupta