ହାଇପୋକ୍ୟାଲସେମିଆ
ହାଇପୋକ୍ୟାଲସେମିଆ | |
---|---|
ଶ୍ରେଣୀବିଭାଗ ଓ ବାହାର ସ୍ରୋତ | |
ସ୍ପେଶାଲିଟି | Endocrinology |
ଆଇସିଡ଼ି-୧୦ | E83.5{{{2}}}.{{{3}}} |
ଇ-ମେଡ଼ିସିନ | article/241893 |
Patient UK | ହାଇପୋକ୍ୟାଲସେମିଆ |
ହାଇପୋକ୍ୟାଲସେମିଆ (ଇଂରାଜୀ ଭାଷାରେ Hypocalcaemia ବା hypocalcemia ନାମ ଦିଆଯାଏ ଯେତେବେଳେ ରକ୍ତରେ (blood serum) କ୍ୟାଲସିଅମ (calcium) ମାତ୍ରା କମ ଥାଏ ।[୧] କ୍ୟାଲସିଅମ ମାତ୍ରା ସାଧରଣତଃ ୨.୧ରୁ ୨.୬ ମିମୋଲ/ଲି (୮.୮–୧୦.୭ ମିଗ୍ରା/ଡେଲି, ୪.୩–୫.୨ ମିଇକ୍ୟୁ/ଲି) ଥାଏ ଓ ଏହି ମାତ୍ରା ୨.୧ ମିମୋଲ/ଲିରୁ କମ ଥିଲେ ହାଇପୋକ୍ୟାଲସେମିଆ ନାମ ଦିଆଯାଏ ।[୨][୩][୪] ସ୍ୱଳ୍ପ ମାତ୍ରାର କମ କ୍ୟାଲସେମିଆ ଥଲେ ପ୍ରାୟ ବିଶେଷ ଲକ୍ଷଣ ଦେଖାଯାଏ ନାହିଁ ।[୫][୬] ଅନ୍ୟଥା ପାରେସ୍ଥେସିଆ (numbness) (କାଲୁଆ ଅନୁଭବ) , ପେଶୀ ସ୍ପାଜ୍ମ (muscle spasms), ଅପସ୍ମାର ବାତ (seizures), ସ୍ୱନ୍ଦ (confusion) ବା ହୃଦ୍ରୋଧ (cardiac arrest) ହୋଇପାରେ ।[୨][୫]
ଏହି ଅବସ୍ଥାର ମୂଖ୍ୟ କାରଣ ଦୁଇଟିର ନାମ ଯଥାକ୍ରମେ:- ହାଇପୋପାରାଥାଇରଏଡିଜ୍ମ (hypoparathyroidism) ଓ ଜୀବସାର ଘ ଅଭାବ (vitamin D deficiency).[୫] ଅନ୍ୟାନ୍ୟ କାରଣ ମଧ୍ୟରେ ବୃକ୍କ ଅକର୍ମଣ୍ୟ (kidney failure), ଅଗ୍ନାଶୟ ପ୍ରଦାହ, କ୍ୟାଲସିଅମ ଚ୍ୟାନେଲ ବ୍ଲକର ଅତିମାତ୍ରା (calcium channel blocker overdose), ରାବଡୋମାୟୋଲାଇସିସ, ଟ୍ୟୁମର ଲାଇସିସ ସିଣ୍ଡ୍ରୋମ (tumor lysis syndrome ଓ ବାଇଫସଫୋନେଟ (bisphosphonates) ଭଳି ଔଷଧ ।[୨] କରେକ୍ଟେଡ କ୍ୟାଲସିଅମ (corrected calcium) ବା ଆୟୋନାଇଜ୍ଡ କ୍ୟାଲସିଅମ (ionized calcium) ସ୍ତର ଦେଖି ରୋଗ ନିର୍ଣ୍ଣୟ କରାଯାଏ ।[୫] ଇସିଜିରେ (electrocardiogram (ECG) ନିର୍ଦ୍ଦିଷ୍ଟ ପରିବର୍ତ୍ତନ ଦେଖାଯାଏ ।[୨]
ରୋଗ ସାଂଘାତିକ ହୋଇଥିଲେ ପ୍ରାରମ୍ଭିକ ଚିକିତ୍ସାରେ ଶିରାଭ୍ୟନ୍ତର କ୍ୟାଲସିଅମ କ୍ଲୋରାଇଡ (calcium chloride) ଓ ସମ୍ଭବତଃ ମ୍ୟାଗନେସିଅମ ସଲଫେଟ (magnesium sulfate) ଦିଆଯାଏ ।[୨] ଏହା ବ୍ୟତୀତ ଜୀବସାର ଘ (vitamin D), ମ୍ୟାଗନେସିଅମ (magnesium), ଓ କ୍ୟାଲସିଅମ ଅନୁପୂରକ (calcium supplements) ଇତ୍ୟାଦି ଦିଆଯାଏ । ହାଇପୋପାରାଥାଇରଏଡିଜ୍ମ (hypoparathyroidism) ଯୋଗୁ ହୋଇଥିଲେ ହାଇଡ୍ରୋକ୍ଲୋରୋଥିଆଜାଇଡ, ଫସଫେଟ ବାଇଣ୍ଡର (phosphate binders), ଓ ସ୍ୱଳ୍ପ ଲବଣଯୁକ୍ତ ଖାଦ୍ୟ (low salt diet) ଦିଆଯାଏ ।[୫] ଡାକ୍ତରଖାନାରେ ଆଡମିଶନ ହୋଇଥିବା ରୋଗୀଙ୍କ ମଧ୍ୟରୁ ପ୍ରାୟ ୧୮% ଲୋକଙ୍କର ହାଇପୋକ୍ୟାଲସେମିଆ ଥାଏ ।[୬]
ଆଧାର
[ସମ୍ପାଦନା]- ↑ LeMone, Priscilla; Burke, Karen; Dwyer, Trudy; Levett-Jones, Tracy; Moxham, Lorna; Reid-Searl, Kerry (2015). Medical-Surgical Nursing (in ଇଂରାଜୀ). Pearson Higher Education AU. p. 237. ISBN 9781486014408.
- ↑ ୨.୦ ୨.୧ ୨.୨ ୨.୩ ୨.୪ Soar, J; Perkins, GD; Abbas, G; Alfonzo, A; Barelli, A; Bierens, JJ; Brugger, H; Deakin, CD; Dunning, J; Georgiou, M; Handley, AJ; Lockey, DJ; Paal, P; Sandroni, C; Thies, KC; Zideman, DA; Nolan, JP (October 2010). "European Resuscitation Council Guidelines for Resuscitation 2010 Section 8. Cardiac arrest in special circumstances: Electrolyte abnormalities, poisoning, drowning, accidental hypothermia, hyperthermia, asthma, anaphylaxis, cardiac surgery, trauma, pregnancy, electrocution". Resuscitation. 81 (10): 1400–33. PMID 20956045.
- ↑ Pathy, M.S. John (2006). Principles and practice of geriatric medicine (4. ed. ed.). Chichester [u.a.]: Wiley. p. Appendix. ISBN 9780470090558.
{{cite book}}
:|edition=
has extra text (help) - ↑ Minisola, S; Pepe, J; Piemonte, S; Cipriani, C (2 June 2015). "The diagnosis and management of hypercalcaemia". BMJ (Clinical research ed.). 350: h2723. PMID 26037642.
- ↑ ୫.୦ ୫.୧ ୫.୨ ୫.୩ ୫.୪ Fong, J; Khan, A (February 2012). "Hypocalcemia: updates in diagnosis and management for primary care". Canadian family physician Medecin de famille canadien. 58 (2): 158–62. PMID 22439169.
- ↑ ୬.୦ ୬.୧ Cooper, MS; Gittoes, NJ (7 June 2008). "Diagnosis and management of hypocalcaemia". BMJ (Clinical research ed.). 336 (7656): 1298–302. PMID 18535072.