ମହିଳା ଙ୍କୁ ବିଷାକ୍ତ ସାପ କାମୁଡିବା ପରେ ବିଷ ଝାଡ଼ିବାକୁ ଯାଇ ଗାଁର ମହିଳା ଗୁଣିଆ ଗୁରୁତର। ଆନନ୍ଦପୁର ମେଡିକାଲ ରେ ଭର୍ତ୍ତି। ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଝଣଝଣା ଗାଁରେ ସୂର୍ଯ୍ୟମଣି ବେହେରା ଙ୍କ ପତ୍ନୀ ଝୁନୁରାଣୀ କୁ ବିଷାକ୍ତ ସାପ କାମୁଡି ଦେଇଥିଲା। ପରିବାର ଲୋକେ ତାଙ୍କୁ ମେଡିକାଲ ଆଣିବା ଛାଡି ଗୁଣିଆ ଖୋଜିଥିଲେ। ଘଟଣା ପରେ ଗାଁର ମିନତୀ ଦେହୁରୀ ଙ୍କ ଦେହରେ ଠାକୁରାଣୀ ଆସି ସେ ଝୁନୁରାଣୀ ର ବିଷ ଝାଡ଼ିଦେବେ କହିଥିଲେ। ଝୁନୁରାଣୀ ଘରକୁ ଆସି ସାପ କାମୁଡ଼ିଥ
ବା ସ୍ଥାନ କୁ ପାଟି ଲଗାଇ ବିଷ ଟାଣିବାରେ ଲାଗିଥିଲେ ହେଲେ ଝୁନୁରାଣୀ ଙ୍କ ଅବସ୍ଥା ଗୁରୁତର ହେବାରୁ ପରିବାର ଲୋକେ ତାଙ୍କୁ ଆନନ୍ଦପୁର ମେଡିକାଲ କୁ ଆଣିବା ପରେ ଡାକ୍ତର ମୃତ ଘୋଷଣା କରିଥିଲେ। ଅନ୍ୟପଟେ ମିନତୀ ଦେହୁରୀ ଙ୍କ ସ୍ୱାସ୍ଥ୍ୟ ଗୁରୁତର ହୋଇଯାଇଥିଲା। ତାଙ୍କୁ ମଧ୍ୟ ଆନନ୍ଦପୁର ମେଡିକାଲ ରେ ଭର୍ତ୍ତି କରାଯାଇ ଚିକିତ୍ସା ଜାରି ରହିଛି। ବର୍ତ୍ତମାନ ସମୟରେ ମଧ୍ୟ ଅନ୍ଧ ବିଶ୍ୱାସ ର ଅନ୍ଧ ଗଳି ରେ ଆଦିବାସୀ ମାନେ ଘାଣ୍ଟି ହେଉଥିବା ଵେଳେ ସଚେତନତା ର ଆବଶ୍ୟକ ରହିଛି।